Latest Odisha News

BREAKING NEWS

ପୋଲିସ କବ୍ଜାରେ ବାସଭବନ; ଆଜି ଗିରଫ ହୋଇପାରନ୍ତି ଇମ୍ରାନ ଖାନ

ଇସଲାମବାଦ:ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଘରେ ପଶିଲା ପୋଲସ । ଆଜି ଗିରଫ ହୋଇପାରନ୍ତି ଇମ୍ରାନ ଖାନ । ଇମ୍ରାନ ଖାନ ଘରେ ନ ଥିବାବେଳେ ଲାହୋର ପୋଲିସ ତାଙ୍କର ଜମାନ ପାର୍କର ଘରକୁ ନିଜ କବ୍ଜାକୁ ନେଇ ଯାଇଛି । ଆଜି ଇମ୍ରାନଙ୍କୁ ଇସଲାମବାଦ କୋର୍ଟରେ ହାଜିର ହେବାର ଥିଲା । ଇମ୍ରାନ ଇସଲାମବାଦ ଯାଇଥିବାବେଳେ ତାଙ୍କର ଲାହୋର ଘରକୁ ପୋଲିସ ନିଜ କବ୍ଜାକୁ ନେଇ ଯାଇଛି ।

ପୋଲିସର ଏକରି ପଦକ୍ଷେପକୁ ଜୋରଦାର ବିରୋଧ କରିଛି ପାକିସ୍ତାନ ତହରିକ ଇନସାଫ ପାର୍ଟି । ପାର୍ଟିର ସମର୍ଥକମାନେ ଜୋରଦାର ହଙ୍ଗାମା କରିଛନ୍ତି । ଏ ନେଇ ଇମ୍ରାନ ଏକ ଟୁଇଟ କରି ସୂଚନା ଦେଇଛନ୍ତି ଯେ, ପଞ୍ଜାବ ପୋଲିସ ଜମାନ ପାର୍କସ୍ଥିତ ମୋ ଘର ଉପରେ ଆକ୍ରମଣ କରିଛନ୍ତି । ଘରେ ବୁଶରା ବେଗମ ଏକୁଟିଆ ଥିଲେ । କେଉଁ ଆଇନ ବଳରେ ଏହା ସେମାନେ କରୁଛନ୍ତି ?

ଇମ୍ରାନ ଖାନ  ଟୁଇଟ କରି କହିଛନ୍ତି, ଏକଥା ସ୍ପଷ୍ଟ ହୋଇ ଯାଇଛି ଯେ, ମୋତେ ସବୁ ମାମଲାରେ ଜମାନତ ମିଳିବା ପରେ ବି ସରକାର ମୋତେ ଗିରଫ କରିବାକୁ ଚାହୁଁଛନ୍ତି । ସରକାରଙ୍କ ଏପରି ଦୁର୍ଭାବନାପୂର୍ଣ୍ଣ ଉଦ୍ଦେଶ୍ୟ ଜାଣିବା ପରେ ମୁଁ ଇସଲାମବାଦ ଅଦାଲତ ଯାଉଛି । କାରଣ ମୁଁ ଆଇନ ଉପରେ ଭରସା କରେ ।’

ଖାନ ଏକଥା ବି କହିଛନ୍ତି, ଏକଥା ସ୍ପଷ୍ଟ ହୋଇଯାଇଛି, ମୋତେ ଜେଲ ପଠାଇବା ଉଦ୍ଦେଶ୍ୟରେ ଲାହୋରକୁ ଘେରାବନ୍ଦୀ କରାଯାଇଛି । ମୁଁ ଆସନ୍ତା ନିର୍ବାଚନରେ ଦଳର ନେତୃତ୍ୱ ନ ନେବା ପାଇଁ ମୋତେ ଜେଲ ପଠାଯିବାର ଯୋଜନା କରାଯାଉଛି ।

ଅନ୍ୟପକ୍ଷେ ଇସଲାମବାଦ ଯିବା ବାଟରେ ଇମ୍ରାନଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି ।  ଇମ୍ରାନଙ୍କ ଗିରଫଦାରିକୁ ନେଇ ଏବେ ବି ଲାହୋରରେ ଉତ୍ତେଜନା ଲାଗି ରହିଛି ।

 

Leave A Reply

Your email address will not be published.