Latest Odisha News

BREAKING NEWS

ବଢ଼ୁଛି ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଡ୍ରିମ୍ ଗାର୍ଲ ୨’ର କ୍ରେଜ୍, ଚାଲିଛି ଫିଲ୍ମର ଆଡଭାନ୍ସ ବୁକିଂ

ମୁମ୍ବାଇ: ଗଦର୍-୨, ଓଃ ମାଇଁ ଗଡ୍-୨ ଓ ଜେଲର୍ ସିନେମା ପରେ ପୁଣି ଜୋରଦାର ଚର୍ଚ୍ଚା ଭିତରେ ରହିଛି ସେମିତି ଆଉ ଏକ ସିନେମା ‘ଡ୍ରିମ୍ ଗାର୍ଲ ୨’। ବହୁ ପ୍ରତୀକ୍ଷିତ ହାସ୍ୟରସାତ୍ମକ ହିନ୍ଦୀ ସିନେମା ‘ଡ୍ରିମ୍ ଗାର୍ଲ ୨’ ଆସନ୍ତା ୨୫ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି। ପୂର୍ବରୁ ଏହାର ଟ୍ରେଲର ରିଲିଜ୍ ହୋଇସାରିଛି। ପ୍ରଶଂସକମାନଙ୍କ ପ୍ରାକ୍ ମନୋରଞ୍ଜନ ପାଇଁ ଦୁଇଟି ଗୀତ ‘ଦିଲ୍ କା ଟେଲିଫୋନ୍’ ଓ ‘ନାଚ୍’ ଉନ୍ମୋଚିତ ହୋଇଥିବା ବେଳେ ସିନେମାଟିର ପ୍ରଚାର ପାଇଁ ପ୍ରଯୋଜନା ସଂସ୍ଥା ଏକ ଭିନ୍ନ ଓ ଅନନ୍ୟ କୌଶଳ ପ୍ରୟୋଗ କରିବାକୁ ଯାଉଛି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

୨୦୧୯ରେ ଭରପୂର ମନୋରଞ୍ଜନ ଯୋଗାଇଥିବା ଆୟୁଷ୍ମାନ୍ ଖୁରାନାଙ୍କ ଅଭିନିତ ସିନେମା ‘ଡ୍ରିମ୍ ଗାର୍ଲ’ର ଦ୍ୱିତୀୟ ଭାଗ ‘ଡ୍ରିମ୍ ଗାର୍ଲ-୨’ ରିଲିଜ୍ ଅପେକ୍ଷାରେ ଅଛି। ଏଥିରେ ଆୟୁଷ୍ମାନ୍ ଖୁରାନାଙ୍କୁ ଦୁଇଟି ଚରିତ୍ରରେ ଦେଖିବାକୁ ପାଇବେ। ସେଥିମଧ୍ୟରୁ ‘ପୂଜା’ ନାମରେ ଜଣେ ସୁନ୍ଦରୀ ଯୁବତୀ ଚରିତ୍ରଟି ଅତି ଆକର୍ଷଣୀୟ। ତେବେ ‘ପୂଜା’ ଚରିତ୍ରଟି ପ୍ରଶଂସକ ଓ ସମୀକ୍ଷକମାନଙ୍କ ପାଇଁ ବର୍ତ୍ତମାନ ଏକ ରୋଚକ ପ୍ରସଙ୍ଗ ହେବା ସହିତ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

‘ପୂଜା’ ନାମରେ ଥିବା ବଲିଉଡର ସମସ୍ତ ନାମୀଦାମୀ ଅଭିନେତ୍ରୀଙ୍କୁ ଏକାଠି କରି ଏକ ସ୍ୱତନ୍ତ୍ର ପ୍ରମୋସନ୍ କାର୍ଯ୍ୟକ୍ରମର ଯୋଜନା ରହିଛି। ଏଥିରେ ପୂଜା ହେଗଡେ, ପୂଜା ଭଟ୍ଟ, ପୂଜା ବାତ୍ରା, ପୂଜା ବାନାର୍ଜୀ, ପୂଜା ଗୋର୍ ଓ ପୂଜା ଦୀକ୍ଷିତ ପ୍ରମୁଖ ସାମିଲ୍ ହେବାର ସମ୍ଭାବନା ରହିଛି। ରାଜ୍ ସାଣ୍ଡିଲ୍ୟଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଏକତା କପୁର ଓ ଶୋଭା କପୁରଙ୍କ ଦ୍ୱାରା ପ୍ରଯୋଜିତ ଏହି ସିନେମାରେ ଆୟୁଷ୍ମାନ୍ ଖୁରାନା ଓ ଅନନ୍ୟା ପାଣ୍ଡେ ମୁଖ୍ୟ ଭୁମିକାରେ ନଜର ଆସିବେ। ସେମାନଙ୍କ ସହିତ ପରେଶ ରାୱଲ, ରାଜପାଲ୍ ୟାଦବ୍, ବିଜୟ ରାଜ୍, ମଞ୍ଜୋତ୍ ସିଂ, ଅସରାନୀ, ସୀମା ପହୱା, ଅଭିଷେକ ବାନାର୍ଜୀ, ମନୋଜ୍ ଯୋଶୀ, ରଞ୍ଜନ ରାଜ୍ ଓ ଅନୁ କପୁର୍ ଆଦି କଳାକାର ଏହି ହାସ୍ୟରସାତ୍ମକ ସିନେମାକୁ ଆହୁରି ଊର୍ଦ୍ଧ୍ବକୁ ନେଇଯିବେ ବୋଲି ଆଲୋଚନା କରାଯାଉଛି। ରାଜ୍ ସାଣ୍ଡିଲ୍ୟ ଓ ନରେଶ୍ କାଠୁରିଆ ଏହି ସିନେମାର କାହାଣୀ ଓ ସଂଳାପ ଦାଇତ୍ୱ ତୁଲାଇଥିବା ବେଳେ ପେନ୍ ଷ୍ଟୁଡ଼ିଓ ଦ୍ୱାରା ସିନେମାଟିକୁ ରିଲିଜ୍ କରାଯିବ।

Comments are closed.