Latest Odisha News

BREAKING NEWS

ନିଆରା ଢଙ୍ଗରେ ଶିକ୍ଷକଙ୍କ ପ୍ରତିବାଦ: ଶୋଭାଯାତ୍ରାରେ ଗଲେ, ମନ୍ଦିରରେ ଦୀପ ଜାଳିଲେ

ଯାଜପୁର: ପ୍ରାଥମିକ ଶିକ୍ଷକଙ୍କ ନିଆରା ଢଙ୍ଗରେ ପ୍ରତିବାଦ । ଶୋଭାଯାତ୍ରାରେ ଯାଇ ଯାଜପୁର ବିରଜା ମନ୍ଦିରରେ ଦୀପ ଜାଳି ପ୍ରତିବାଦ କଲେ ପ୍ରାଥମିକ ଶିକ୍ଷକ ସଂଘ  ।

ସୂଚନା ଅନୁସାରେ, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଆହ୍ଵାନ କ୍ରମେ ପ୍ରାଥମିକ ଶିକ୍ଷକମାନେ ୩ ଦଫା ଦାବି ନେଇ ଚଳିତ ମାସ ୮ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି । ଜିଲ୍ଲାର ବିଭିନ୍ନ ବ୍ଳକର ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାଥମିକ ଶିକ୍ଷକମାନେ ସମୂହ ଛୁଟିରେ ରହି ଆନ୍ଦୋଳନ ଜାରି ରଖିଥିବା ବେଳେ ଯାଜପୁରରୁ ଆସିଛି ଭିନ୍ନ ଚିତ୍ର । ଯାଜପୁର ବ୍ଳକରେ ପ୍ରାଥମିକ ଶିକ୍ଷକମାନେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ପ୍ରତିବାଦ ଶୋଭାଯାତ୍ରାରେ ଯାଇ ବିରଜା ମନ୍ଦିରରେ ପହଞ୍ଚି ଥିଲେ । ସେଠାରେ ବ୍ଲକ ସଂଘର ସଭାପତି ପ୍ରଭାକର ସାହୁଙ୍କ ନେତୃତ୍ୱରେ  ବ୍ଲକର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ସାମିଲ ହୋଇ ସରକାର ସେମାନଙ୍କ ଦାବି ଶୁଣନ୍ତୁ ବୋଲି ମା ବିରଜାଙ୍କ ନିକଟରେ ପ୍ରାର୍ଥନା କରି ସମୂହ ଦୀପଦାନ କରିଥିଲେ ଓ ପରେ ମନ୍ଦିରରୁ ଫେରି ପୁନଃ ବ୍ଲକ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଜାରି ରଖିଥିଲେ । ଦାବୀ ପୁରଣ ନହେବା ପର୍ଯ୍ୟନ୍ତ ଏହି  ଗଣଧାରଣା ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.