ଜାପାନ: ସାଧାରଣତଃ ଅଧିକାଂଶ ଲୋକ ଚିକେନ୍, ମଟନ ଅପେକ୍ଷା ମାଛ ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି । ସେଥିଲାଗି ଦୁନିଆରେ ଅନେକ ରେଷ୍ଟୁରାଣ୍ଟଅଛି, ଯେଉଁଠାରେ ସୁସ୍ୱାଦୁ ମାଛ ଖାଇବାକୁ ମିଳିଥାଏ । କିନ୍ତୁ ଜାପାନରେ ଏମିତି ଏକ ରେଷ୍ଟୁରାଣ୍ଟ ଅଛି, ଯେଉଁଠାରେ ଗ୍ରାହକ ନିଜେ ମାଛ ଧରନ୍ତି ଓ ସେହି ମାଛ ପରଷେ ରେଷ୍ଟୁରାଣ୍ଟ । ଏଥିଲାଗି ଏହି ସ୍ୱତନ୍ତ୍ର ରେଷ୍ଟୁରାଣ୍ଟରେ ଲୋକେ ମାଛ ଧରିବାର ମଜା ନେବା ସହ ଖାଇବାକୁ ଭିଡ଼ ଜମାଇଥାନ୍ତି ।
ଜାପାନ୍ରେ ରହିଛି ଜାଓ ଫିସିଂ ରେଷ୍ଟୁରାଣ୍ଟ । ଏହି ରେଷ୍ଟୁରାଣ୍ଟ ଭିତରେ ଏକ ପୋଖରୀ ତିଆରି କରାଯାଇଛି । ଏହି ପୋଖରୀରେ ବିଭିନ୍ନ ପ୍ରକାରର ମାଛ ରହିଛନ୍ତି । ଏଠାରେ ମାଛ ଧରିବାକୁ ଗ୍ରାହକଙ୍କ ପାଇଁ ଫିସିଙ୍ଗ୍ ରଡ୍ ଏବଂ ଜାଲର ବ୍ୟବସ୍ଥା କରାଯାଇଛି । ଯାହାଦ୍ୱାରା ଗ୍ରାହକ ନିଜ ପସନ୍ଦର ମାଛ ଧରିବାର ମଜା ନେଇପାରିବେ । ତା’ପରେ ରୋଷେୟା ତାଙ୍କଠାରୁ ଅର୍ଡର ନେଇଥାନ୍ତି । ୧୯୮୦ ଦଶକରୁ ଚାଲୁଥିବା ଏହି ରେଷ୍ଟୁରାଣ୍ଟ ଗ୍ରାହକଙ୍କୁ ରାତ୍ରୀ ଭୋଜନରେ ବିଶେଷ ଅଫର ମଧ୍ୟ ଦେଇଥାଏ ।
ଗ୍ରାହକଙ୍କୁ ନିଜେ ମାଛ ଧରିବାକୁ କୁହାଯାଏ । ସେମାନଙ୍କୁ ଜାଲ ଏବଂ ମାଛ ବାଡ଼ି ଦିଆଯାଏ । ଯେତେବେଳେ ଗ୍ରାହକମାନେ ମାଛ ଧରନ୍ତି, କର୍ମଚାରୀମାନେ ଡ଼୍ରମ୍ ବଜାନ୍ତି । ପରେ ରୋଷେୟାମାନେ ଗ୍ରାହକ ଧରିଥିବା ମାଛକୁ ସୁସ୍ୱାଦୁ ରେସ୍ପିରେ ପରିଣତ କରନ୍ତି । ଗ୍ରାହକ ଧରିଥିବା ମାଛର ପ୍ରକାର ଉପରେ ଖାଦ୍ୟର ମୂଲ୍ୟ ମଧ୍ୟ ଭିନ୍ନ ହୋଇଥାଏ । କେବଳ ଏତିକି ନୁହେଁ, ଯଦି ଜଣେ ଗ୍ରାହକ ମାଛ ଧରିବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ସେଠାରେ ଉପସ୍ଥିତ କର୍ମଚାରୀମାନେ ସେମାନଙ୍କୁ ସହଯୋଗ କରିଥାନ୍ତି । ରେଷ୍ଟୁରାଣ୍ଟ ଭିତରେ ଥିବା ପୋଖରୀରେ ଲୋକମାନେ କାଠ ଡଙ୍ଗାରେ ଭିତରକୁ ଯାଇ ଉପଭୋଗ କରନ୍ତି ।
Comments are closed.