ଦୁବାଇ: ଦୁନିଆରେ ଅନେକ ଲୋକ ସେମାନଙ୍କର ଚମତ୍କାର କାର୍ଯ୍ୟ ପାଇଁ ବେଶ୍ ପ୍ରସିଦ୍ଧ । କିଛି ଦିନ ତଳେ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ଜଣେ ଯୁବତୀ ବିନା ଭୟରେ କୁମ୍ଭୀର ସହିତ ନଦୀରେ ଗାଧୋଉଥିବାର ନଜର ଆସିଥିଲେ । ଏହାକୁ ଦେଖିଲେ ଲାଗୁଥିଲା ଯେପରି କୁମ୍ଭୀରଟି ବିପଜ୍ଜନକ ନୁହେଁ ବରଂ ତାଙ୍କର ପ୍ରିୟ ପୋଷା ପଶୁ । ଲୋକମାନେ ତାଙ୍କୁ ଜଣେ ସାହସୀ ଯୁବତୀ ବୋଲି କହିଥିଲେ । ଏବେ ସେମିତି ଆଉ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଯୁବତୀ ସିଂହ ସହିତ ଗୋଟିଏ ଥାଳିରେ ମିଶିକି ଖାଉଛନ୍ତି ।
ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଦୁବାଇର ର୍ୟାକ ଚିଡ଼ିଆଖାନାରେ ଏକ ବିଶାଳ ସିଂହ ବସିଛି । ତା ପାଖରେ ଜଣେ ସୁନ୍ଦରୀ ଯୁବତୀ ବସିଛନ୍ତି । ସେମାନଙ୍କ ମଝିରେ ଏକ ଖାଦ୍ୟ ଥାଳି ରଖାଯାଇଛି । ଉଭୟ ସିଂହ ଓ ଯୁବତୀ ଖୁସିରେ ଗୋଟିଏ ଥାଳିରୁ ଖାଦ୍ୟ ଖାଉଛନ୍ତି । ଏହି ଦୃଶ୍ୟ ଦେଖିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଯେମିତି ଲାଗୁଛି ସିଂହ ଯୁବତୀଙ୍କର ଗୋଟେ ପୋଷା ପଶୁ ।
ଏହି ଭିଡ଼ିଓ ଦେଖିବା ପରେ ଲୋକମାନେ ମହିଳାଙ୍କ ସାହସକୁ ପ୍ରଶଂସା କରୁଛନ୍ତି । ଅନେକ ଲୋକ ଚେତାବନୀ ମଧ୍ୟ ଦେଇଛନ୍ତି । ଜଣେ ଲେଖିଛନ୍ତି, ଏହା ଏକ ବନ୍ୟ ପଶୁ, ଗୃହପାଳିତ ପଶୁ ନୁହେଁ । ଏହା ଆପଣଙ୍କ ପାଇଁ ଯେକୌଣସି ସମୟରେ ବିପଦ ଆଣିପାରେ । ତେଣୁ ଏଥିରୁ ଦୂରତା ରଖନ୍ତୁ । ସେହିପରି ଅନ୍ୟ ଜଣେ ଲେଖିଛନ୍ତି, ଯେ କୌଣସି ପ୍ରାଣୀ ଆକ୍ରମଣ କରେ ଯେତେବେଳେ ସେ ଅନୁଭବ କରେ ଯେ, ସାମ୍ନାରେ ଥିବା ବ୍ୟକ୍ତି ତାହା ପାଇଁ ବିପଦ ପାଲଟିଛନ୍ତି । ଏଠାରେ ସିଂହର ଧାରଣା ରହିଛି ଯେ ତାଙ୍କ ପାଇଁ କୌଣସି ବିପଦ ନାହିଁ । ବୋଧହୁଏ ସେଇଥିପାଇଁ ସେ ଏତେ ଆରାମରେ ବସି ଯୁବତୀଙ୍କ ସହ ଖାଉଛି ।
Comments are closed.