Latest Odisha News

ବିନା ମେକ୍‌ଅପ୍‌ରେ ବାହାରକୁ ଆସିଲେ ଉର୍ଫି; ଫଟୋଗ୍ରାଫରଙ୍କୁ ଦେଖି ମୁହଁ ଲୁଚାଇଲେ

ମୁମ୍ବାଇ: ନିଜ ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଅଭିନେତ୍ରୀ ଉର୍ଫି ଜାଭେଦ । ତାଙ୍କର ଅଜବ ବିବୃତି ହେଉ ବା ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଉର୍ଫିି । ଏଥିଲାଗି ଅନେକ ଉର୍ଫିଙ୍କୁ ସମାଲୋଚନା କରୁଥିବା ବେଳେ ଆଉ କିଛି ତାଙ୍କର ପ୍ରଶଂସକ ବି ରହିଛନ୍ତି । ନିକଟରେ ଉର୍ଫି ବିନା ମେକ୍‌ଅପ୍‌ରେ ବାହାରକୁ ଆସିଥିଲେ । ତାଙ୍କୁ ଦେଖି ଫଟୋଗ୍ରାଫରମାନେ ଘେରିଯାଇଥିଲେ । ହେଲେ ଉର୍ଫି ବିନା ମେକ୍‌ଅପ୍‌ରେ ଥିବାରୁ ଫଟୋଗ୍ରାଫରଙ୍କୁ ମୁହଁ ଲୁଚାଇ ପଳାଇଥିଲେ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହୋଇଛି ।

ଉର୍ଫି ସବୁବେଳେ ସ୍ୱତନ୍ତ୍ର ପୋଷାକ ପିନ୍ଧିବା ସହ ଫୁଲ ମେକ୍‌ଅପ୍‌ରେ ରହିଥାନ୍ତି । ଭାଇରାଲ ହେଉଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଉର୍ଫି ଏକ ସବୁଜ ରଙ୍ଗର ସୁନ୍ଦର ଜିମ୍ ପୋଷାକ ପିନ୍ଧିଛନ୍ତି । ସେ ଜିମ୍ ଯାଉଥିବାରୁ ମୁହଁରେ କୌଣସି ମେକ୍‌ଅପ୍ ନେଇ ନ ଥିଲେ । ସେ ବାହାରକୁ ଆସିବା ମାତ୍ରେ ଫଟୋଗ୍ରାଫରମାନେ ତାଙ୍କୁ ଘେରିଯାଇ ପୋଜ୍ ଦେବାକୁ କହିଥିଲେ । ହେଲେ ଉର୍ଫି ପୋଜ ଦେବାକୁ ସିଧା ମନା କରିବା ସହ ମୁହଁ ଲୁଚାଇ ପଳାଇଥିଲେ ।

ଏହି ଭିଡିଓ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଅନେକ କହିଛନ୍ତି ଯେ, ବିନା ମେକଅପ୍‌ରେ ଭଲ ଦେଖାଯାଉଛନ୍ତି । ଆପଣ ମେକଅପ୍ ବିନା ମଧ୍ୟ ସୁନ୍ଦର ବୋଲି ଆଉ କିଛି କହିଛନ୍ତି ।

Leave A Reply

Your email address will not be published.