ନ୍ୟୁୟର୍କ: ଭାରତରେ ଚାକରାଣୀଙ୍କ ଜୀବନ ଅତ୍ୟନ୍ତ କଷ୍ଟକର । ଅନ୍ୟମାନଙ୍କ ଘରେ କାମ କରି ଯାହା ରୋଜଗାର କରନ୍ତି ସେଥିରେ ସେମାନେ ପରିବାର ଚଳାଇଥାନ୍ତି । ବଡ଼ ବଡ଼ ସହରଗୁଡ଼ିକରେ ସେମାନଙ୍କୁ ଭଲ ଦରମା ମିଳିଥାଏ । ହେଲେ ଛୋଟ ଛୋଟ ସହରଗୁଡ଼ିକରେ ଯେତିକି ଦରମା ପାଆନ୍ତି ସେଥିରେ ଚଳିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡ଼ିଥାଏ । କିନ୍ତୁ ଆମେରିକାରେ ଏମତି ଜଣେ ଚାକରାଣୀ ଅଛନ୍ତି, ଯିଏ ମାସକୁ ମାତ୍ର ୮ ଦିନ କାମ କରନ୍ତି । କିନ୍ତୁ ତାଙ୍କର ମାସିକ ଦରମା ଜାଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ ।
ଆମେରିକାର ମାସାଚୁସେଟ୍ସରେ ରୁହନ୍ତି ଅମ୍ବର ପେଜ୍ । ବୃତ୍ତିରେ ସେ ଜଣେ ନର୍ସ । ଏଥିସହିତ ଅମ୍ବର ଚାକରାଣୀ ଭାବେ କାମ କରନ୍ତି । ସେ ମାସକୁ କେବଳ ଆଠ ଦିନ ହିଁ କାମ କରିଥାନ୍ତି । ଅର୍ଥାତ୍ ସପ୍ତାହରେ ଦୁଇ ଦିନ କାମ କରିଥାନ୍ତି । ସେ ମାସକୁ ୮୨ ଲକ୍ଷ ଟଙ୍କା ରୋଜଗାର କରନ୍ତି । ତଥାପି ତାଙ୍କର ସହରରେ ଚାହିଦା ବହୁତ । ଆପଣ ଏବେ ଭାବୁଥିବେ ଏହି ଚାକରାଣୀ ଜଣକ ଭଲ କାମ କରୁଥିବେ , ସେଥିପାଇଁ ତାଙ୍କର ଚାହିଦା ଅଧିକ । କିନ୍ୁ ସେୟା ନୁହେଁ । ଅମ୍ବରଙ୍କ କାମ କରିବାର ଏକ ବିଶେଷ ନିୟମ ରଖିଛନ୍ତି । ଯେଉଁ କାରଣରୁ ଲୋକମାନେ ତାଙ୍କୁ ଏତେ ଅଧିକ ବେତନରେ ରଖିବାକୁ ଆଗ୍ରହ ରଖିଥାନ୍ତି ।
ଯେତେବେଳେ ଅମ୍ବର ଲୋକମାନଙ୍କ ଘରକୁ କାମ କରିବାକୁ ଯାଆନ୍ତି, ସେତେବେଳେ ସେ ତାଙ୍କ ପୋଷାକ କାଢି ଦେଇଥାନ୍ତି । ଇନର ପିନ୍ଧି କାମ କରନ୍ତି । ସେଥିଲାଗି ସେ ଟପଲେସ୍ ଚାକରାଣୀ ଭାବେ ବେଶ୍ ଜଣାଶୁଣା । ଅମ୍ବର କହିଛନ୍ତି ଯେ, ମୁଁ ନର୍ସ ଭାବେ କାମ କରେ । ସପ୍ତାହରେ ମିଳୁଥିବା ୨ ଦିନ ଛୁଟି ଦିନରେ ମୁଁ ଅନ୍ୟମାନଙ୍କ ଘରେ ଚାକରାଣୀ ଭାବେ କାମ କରେ । ମୁଁ ସପ୍ତାହରେ ମାତ୍ର ଦୁଇ ଦିନ କାମ କରି ମାସକୁ ୮୨ ଲକ୍ଷ ଟଙ୍କା ରୋଜଗାର କରେ । ମୋର କାମକୁ ଲୋକେ ଖୁବ ପସନ୍ଦ ବି କରନ୍ତି । ମୁଁ ପିନ୍ଧି କରି ଯାଇଥିବା ଡ଼୍ରେସ ଖୋଲି କାମ କରିଥାଏ । କାରଣ ଡ଼୍ରେସ ପିନ୍ଧି କାମ କରିବା ମୋ ପାଇଁ କଷ୍ଟକର ହୋଇପଡ଼େ । ଇନ୍ର ପିନ୍ଧି କାମ କରିବାକୁ ମୁଁ କମ୍ର୍ଫଟ ଅନୁଭବ କରେ । ମୁଁ କୌଣସି ମନ୍ଦ ଉଦ୍ଦେଶ୍ୟ ନେଇ ଏପରି କରି ନ ଥାଏ । ମୁଁ କାମ କଲା ବେଳେ ଲୋକମାନେ ମୋତେ ବୁଲି ବୁଲି ଚାହିଁଥାନ୍ତି । ସେଥିଲାଗି ମୋତେ ମୋଟା ଅଙ୍କର ଟଙ୍କା ଦେଇଥାନ୍ତି ।
Comments are closed.