Latest Odisha News

[ଭିଡ଼ିଓ] ମାଆ ମହାଲକ୍ଷ୍ମୀ ମନ୍ଦିରରେ ସୁନା ଚାନ୍ଦି ଗହଣା ପ୍ରସାଦ

ମଧ୍ୟପ୍ରଦେଶ: ଆମ ଚାରିପାଖରେ ବିଭିନ୍ନ ମଠ ମନ୍ଦିର ରହିଛି । ଆଉ ଏହି ସବୁ ମନ୍ଦିର ଗୁଡିକରେ ଭିନ୍ନ ଭିନ୍ନ ରୀତି ନୀତି ମାନ ବି ହୋଇଥାଏ । ହେଲେ ଏମିତି ଏକ ମନ୍ଦିର ବିଷୟରେ ଶୁଣିବା । ମନ୍ଦିର ଯେମିତି ରୋମାଞ୍ଚକର ସେତିକି ରହସ୍ୟମୟ । ଶୁଣିଲେ ଘଟଣା ସମ୍ପୁର୍ଣ୍ଣ ଆଶ୍ଚର୍ଯ୍ୟ ଲାଗେ । ଏହି ମନ୍ଦିରକୁ ଯିଏ ବି ଆସିଥାଏ କେହି ଭକ୍ତ ଖାଲି ହାତରେ ଫେରନ୍ତି ନାହିଁ । ହେଲେ ଅନ୍ୟ ମନ୍ଦିର ଭଳି ଏଠାରେ ପ୍ରସାଦ ମିଳିନଥାଏ। ଭକ୍ତ ମାନଙ୍କୁ ଦିଆଯାଏ ସୁନା ଗହଣା ଉପହାର । 

ଏହି ରହସ୍ୟମୟୀ ମନ୍ଦିର ହେଉଛି ମାଆ ଲକ୍ଷ୍ମୀଙ୍କ ମନ୍ଦିର । ମଧ୍ୟପ୍ରଦେଶର ରତଲମର ମାଣକ ଚୌକରେ ରହିଛି ଏହି ମନ୍ଦିର। ଏଠାରେ ପ୍ରସାଦରେ ମିଠା ଚିନିଦାନା ନୁହେଁ ସୁନା ଚାନ୍ଦି ଦିଆଯାଇଥାଏ ।ବିଶ୍ୱର ପ୍ରଥମ ମନ୍ଦିର ଯେଉଁଠି ମାଆ ଲକ୍ଷ୍ମୀଙ୍କ ପୀଠକୁ ଆସୁଥିବା ଶ୍ରଦ୍ଧାଳୁ ସୁନା ଚାନ୍ଦି ନେଇକରି ଯାଇଥାନ୍ତି। ହେଲେ ଏହି ମନ୍ଦିର କେବଳ ଧନତେରାସ ଦିନ ଖୋଲାଯାଇଥାଏ। ଏଠାରେ କୁବେର ମଧ୍ୟ ପୂଜା ପାଇଥାନ୍ତି। ଧନତେରାସ ଦିନ ବ୍ରାହ୍ମମୁହୁର୍ତ୍ତରେ ଖୋଲା ଯାଇଥାଏ। ସମସ୍ତ ବିଧିବିଧାନ ସହ ମାଆଙ୍କ ପୂଜା କରାଯାଇଥାଏ।

ଗୋଟିଏ ଦିନ ପୂଜା କରିବା ପରେ ଭାଇଦୁଜ୍ ଦିନ ଏହି ମନ୍ଦିର ବନ୍ଦ କରିଦିଆଯାଏ। ମାଆ ଲକ୍ଷ୍ମୀଙ୍କ ଆଭୂଷଣ କି ଶୃଙ୍ଗାର ଜିନିଷ ଆଣିଲେ ଘର ଧନଧାନ୍ୟରେ ପୂରଣ ହୋଇଯାଏ। ଧନତେରାସର ୮ଦିନ ପୂର୍ବରୁ ସମସ୍ତ ସାଜସଜା କରାଯାଇଥାଏ। ଶ୍ରଦ୍ଧାଳୁ ମାନେ ଆଣିଥିବା ସମସ୍ତ ଆଭୂଷଣ ଅଳଙ୍କାର ଓ ଅର୍ଥ ସବୁ ପୂଜା କରାଯିବା ପରେ ଭକ୍ତ ମାନଙ୍କୁ ବଣ୍ଟନ କରିଦିଆଯାଏ।

ମହାଲକ୍ଷ୍ମୀ ମନ୍ଦିରରେ ଆସିଥିବା ଶ୍ରଦ୍ଧାଳୁ ମାନଙ୍କୁ କୁଙ୍କୁମ ଲଗାହୋଇଥିବା କୁବରେ ପୁଟୁଳି ମଧ୍ୟ ଦିଆଯାଇଥାଏ। ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ପାଇଁ ଟୋକନ୍ ବ୍ୟବସ୍ଥା କରାଯାଇ ଏହି ସବୁ ସୁନା ରୂପା ଦାନ କରାଯିବାର ରହିଛି ପରମ୍ପରା। ଆଉ ଏହି ପରମ୍ପରା ସବୁ ବର୍ଷ ବର୍ଷ ଧରି ଚଳି ଆସିଛି।

Comments are closed, but trackbacks and pingbacks are open.