ରାଜସ୍ଥାନ: ରାଜସ୍ଥାନ ହେଉଛି ସଂସ୍କୃତି ଏବଂ ମନ୍ଦିର ପାଇଁ ବିଶ୍ୱ ପ୍ରସିଦ୍ଧ । ରାଜସ୍ଥାନର ବିଭିନ୍ନ ସ୍ଥାନରେ ବିଭିନ୍ନ ମନ୍ଦିର ଥିବାବେଳେ ନାଗୁରରେ ରହିଛି ଏକ ଅନନ୍ୟ ମନ୍ଦିର, ଯେଉଁଠି ଏକ ଆଖି ବିଶିଷ୍ଟ ପ୍ରଭୁ ମହାବୀର ହନୁମାନ ପୂଜା ପାଉଛନ୍ତି ।
ନାଗୁରର ସାହସୀ ରାଜା ଭାବରେ ଜଣାଶୁଣା ଥିଲେ ରାଜା ଅମରସିଂହ ରାଥୋଡ । କାରଣ ତାଙ୍କ ଜୀବନର ସବୁଠାରୁ ବଡ ଯୁଦ୍ଧ ଥିଲା ନିଜ ମାଟିର ଯୁଦ୍ଧ । ସେ ନାଗୁରରେ ଏକ ହନୁମାନ ମନ୍ଦିର ନିର୍ମାଣ କରିଥିଲେ । କିନ୍ତୁ ଏହି ମନ୍ଦିରର ବିଶେଷ କଥା ହେଉଛି, ଏଠାରେ ସ୍ଥାପିତ ହନୁମାନଙ୍କ ପ୍ରତିମୂର୍ତ୍ତିରେ ଗୋଟିଏ ଆଖି ଅଛି । ଏପରି ବିରଳ ଦୃଶ୍ୟ କେବଳ ରାଜସ୍ଥାନର ନାଗୁରରେ ହିଁ ଦେଖିବାକୁ ମିଳିଥାଏ । ଏହାକୁ ଦେଖିବାକୁ ବହୁ ଦୂରଦୂରାନ୍ତରୁ ଲୋକେ ଆସିଥାନ୍ତି ।
ମନ୍ଦିର ପୁରୋହିତ ବିନୋଦ ବୈଷ୍ଣବ କହିଛନ୍ତି ଯେ, ରାଜା ଅମର ସିଂଙ୍କ ସମୟରେ ଏହି ମନ୍ଦିର ନିର୍ମାଣ କରାଯାଇଥିଲା । ଏଠାରେ ପୂଜା ପାଉଥିବା ପ୍ରଭୁ ହନୁମାନଙ୍କର ଗୋଟିଏ ଆଖି ଅଛି । ଏହି କାରଣ ମନ୍ଦିରକୁ ସ୍ୱତନ୍ତ୍ର କରିଥାଏ । ଏହି ମନ୍ଦିର ଅମରସିଂହ ସମୟରେ ପାହାଡ଼ ଉପରେ ଅବସ୍ଥିତ ଥିଲା । ସେ ସମୟରେ ସୈନିକମାନେ ଗୁଳି ଚଳାଇବା ପାଇଁ ଏଠାରେ ଲୁଚି ରହୁଥିଲେ ଏବଂ ଦୁର୍ଗକୁ ସୁରକ୍ଷିତ ରଖୁଥିଲେ । ହନୁମାନଙ୍କ ଆର୍ଶିବାଦରୁ ନାଗୁରକୁ ସୁରକ୍ଷିତ ରଖାଯାଇପାରିବ ବୋଲି ଲୋକଙ୍କ ବିଶ୍ୱାସ ଥିଲା । ସେତେବେଳେ ଏହି ମନ୍ଦିର ସଙ୍କଟମୋଚନ୍ ହନୁମାନଜୀ ନାମରେ ଜଣାଶୁଣା ଥିଲା ।
କିନ୍ତୁ ବର୍ତ୍ତମାନ ଏହା ଏକ ବ୍ୟତିକ୍ରମ ମନ୍ଦିର ଭାବରେ ଜଣାଶୁଣା । ଏହି ମନ୍ଦିର ସମ୍ମୁଖରେ ଏହି ପୋଖରୀ ନିର୍ମାଣ କରାଯାଇଥିଲା । ଲୋକଙ୍କ ବିଶ୍ୱାସ ଯେ, ତନ୍ତ ଏବଂ ମନ୍ତ୍ର ଦ୍ୱାରା ମନୁଷ୍ୟର ଦୁଃଖ ଦୂର ହୁଏ । ଯଦି ମଙ୍ଗଳବାର ଏହି ମନ୍ଦିର ଓ ପୋଖରୀକୁ କୌଣସି ଭକ୍ତ ପରିକ୍ରମା କରନ୍ତି, ତାଙ୍କର ପ୍ରତ୍ୟେକ ଇଚ୍ଛା ପୂରଣ ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ।
Comments are closed.