ଭୁବନେଶ୍ୱର: କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ ଅଭିଯୋଗରେ ବନ୍ଦ ହେଲା ଭୁବନେଶ୍ୱର ୪ ନମ୍ବର ମାଛ ମାର୍କେଟ । ଏହାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରିଛି ବିଏମସି । ସଟଡାଉନରେ ମାଛ ଦୋକାନ ଓ ଗୋଦାମ ଖୋଲି ବେପାର ଚଳାଇଥିଲେ । ମାର୍କେଟ ସିଲ୍ ସରିବା ସହ ଦୋକାନୀ ଓ ଗୋଦାମ ମାଲିକଙ୍କ ଉପରେ ମୋଟା ଅଙ୍କର ଫାଇନ ଲଗାଇଛି ବିଏମସି ।
ଆଜି ବିଏମସି ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଚଢ଼ାଉ କରିଥିଲା । ଅଗଷ୍ଟ ଗାଇଡଲାଇନ ଆସିବା ପରେ ଏନେଇ ଚେତାବନୀ ଦିଆଯାଇଥିଲା । ତଥାପି ଚେତି ନଥିଲେ ବ୍ୟବସାୟୀ । ଏବେ କାର୍ଯ୍ୟାନୁଷ୍ଠାନ ନେଇଛି ବିଏମସି । ପୂର୍ବରୁ ଗତ ଜୁନ ମାସରେ ୧୫ ଦିନ ପାଇଁ ସିଲ ହୋଇଥିଲା ୪ ନମ୍ବର ମାଛ ମାର୍କେଟ ।
Comments are closed.