ଭୁବନେଶ୍ୱର: ଭୁବନେଶ୍ୱରର ୟୁନିଟ୍ ୧ ହାଟ ସେପ୍ଟେମ୍ବର ୧୩ ତାରିଖ ଦିନ ତଥା ଆସନ୍ତା ରବିବାର ସକାଳ ୧୧ ଟାରୁ ଅପରାହ୍ନ ୫ ଟା ଯାଏଁ ବନ୍ଦ ରହିବ।
ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି)ର ସୂଚନା ଅନୁଯାୟୀ, ସ୍ଥାନୀୟ ମଦର ପବ୍ଲିକ୍ ସ୍କୁଲରେ ନିଟ୍-ଜେଇଇ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି। ସେଠାରେ ଲୋକମାନଙ୍କ ସମାବେଶ ତଥା କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।
ତେବେ ଏହି ଅବଧି ମଧ୍ୟରେ ଉଭୟ ହୋଲସେଲ ଏବଂ ଖୁଚୁରା ମାର୍କେଟ ବନ୍ଦ ରହିବ ବୋଲି ସୂଚନା ମିଳିଛି।
Comments are closed.