Latest Odisha News

BREAKING NEWS

ସାଜିଦ ଖାନଙ୍କ ବିରୋଧରେ ମଡେଲ ପୌଲାଙ୍କ ଯୌନ ନିର୍ଯ୍ୟାତନା ଅଭିଯୋଗ !

ମୁମ୍ବାଇ: ଦୁଇବର୍ଷ ପୂର୍ବେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଝଡ ଆଣିଥିଲା ମି ଠୁ ମୁଭମେଣ୍ଟ । ଅନେକ ମହିଳାଙ୍କ ଅଭିଯୋଗ ସାମ୍ନାକୁ ଆସିଥିଲା । ତନୁଶ୍ରୀ ଦତ୍ତା ଓ ନାନା ପାଟେକରଙ୍କଠାରୁ ଆରମ୍ଭ ହୋଇଥିବା ଏହି ଧାରା ଅନେକ ବଡବଡିଆଙ୍କୁ ହରଡଘଣାରେ ପକାଇଥିଲା । ଏପରିକି ଫିଲ୍ମ ନିର୍ମାତା ସାଜିଦ ଖାନଙ୍କ ବିରୋଧରେ ଅନେକ ମହିଳା ସ୍ୱର ଉତ୍ତୋଳନ କରିଥିଲେ ।

ତେବେ ୨ ବର୍ଷ ପରେ ପୁଣିଥରେ ସାଜିଦ ଖାନଙ୍କ ନାଁ ସାମ୍ନାକୁ ଆସିଛି । ମଡେଲ ପୌଲା ଆଣିଛନ୍ତି ତାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ । ନିଜ ଇନଷ୍ଟାଗ୍ରାମରେ ସେ ପ୍ରକାଶ କରିଛନ୍ତି ଯେ, ୧୭ ବର୍ଷ ବୟସରଙ୍କ ସାଜିଦ ତାଙ୍କୁ ଫିଲ୍ମରେ ସୁଯୋଗ ଦେବା ଆଳରେ ଖରାପ କଥା କହିବା ସହ ଇଛା ବିରୋଧରେ ଛୁଇଁବାକୁ ଚେଷ୍ଟା କରିଥିଲେ । ଏପରିକି ଉଲଗ୍ନ ହେବାକୁ ମଧ୍ୟ ପଚାରିଥିଲେ ।

ମି ଠୁ ମୁଭମେଣ୍ଟ ସମୟରେ ଅନେକ ମହିଳା ସାଜିଦଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ସେ ସମୟରେ ପୌଲ ସାମାନ୍ୟ ଭୟଭୀତ ହୋଇପଡିଥିଲେ । ହେଲେ ଏବେ ତାଙ୍କ ପରିବାର ପାଖରେ ନଥିଲାବେଳେ ସେ ନିଜ ପାଇଁ ରୋଜଗାର କରୁଛନ୍ତି । ଏଥିପାଇଁ ଏବେ ସେ ସାହାସ କରି ସାଜିଦଙ୍କ ନାଁ ସାମ୍ନାକୁ ଆଣିଛନ୍ତି । ଅନ୍ୟ କୌଣସି ଫିଲ୍ମ ନୁହେଁ ବରଂ ହାଉସ୍‌ଫୁଲ୍‌ରେ ଅଭିନୟ କରିବା ବଦଳରେ ପୌଲଙ୍କୁ ସେକ୍ସୁଆଲ୍ ଫେବର୍ ମାଗିଥିଲେ ସାଜିଦ ।

Leave A Reply

Your email address will not be published.