ଭୁବନେଶ୍ୱର: ପରିବେଶ ପ୍ରଦୂଷଣ ରୋକିବାକୁ ଜାତିସଂଘର ପ୍ରୟାଶରେ ସାମିଲ୍ ହେଲା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା। ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାର ନ କରିବାକୁ ମେସେଜ୍ ଦେଇ ଜାତିସଂଘ ସୁଦର୍ଶନଙ୍କ ବାଲୁକା କଳାର ଏକ ଫଟୋକୁ ବ୍ୟବହାର କରିଛି। ଏନେଇ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜେ ସୂଚନା ଦେଇଛନ୍ତି।
ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ବ୍ୟାଗ୍ ବ୍ୟବହାର ନ କରିବାକୁ ମେସେଜ୍ ଦେଇ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ ଏକ ପ୍ଲାଷ୍ଟିକ୍ ବ୍ୟାଗ୍ର ଚିତ୍ର କରି କରି ମେସେଜ୍ ଦେଇଥିଲେ। ସୁଦର୍ଶନଙ୍କ କଳାକୃତିର ଏହି ଫଟୋ ଓ ଏଥିରେ ଥିବା ମେସେଜ୍ ଜାତିସଂଘର ମନକୁ ଛୁଇଁଥିଲା। ତେଣୁ ପରିବେଶ ଦିଗରେ ଲୋକଙ୍କୁ ସଚେତନ କରିବା ପାଇଁ ଜାତିସଂଘ ସୁଦର୍ଶନଙ୍କର ଏହି ବାଲୁକା କଳାର ଫଟୋଟିକୁ ଟ୍ୱିଟ୍ କରିଛି।
Half of all plastic produced is designed for single-use purposes, which results in severe environmental, social & health consequences.
Join the #CleanSeas campaign and help #BeatPlasticPollution. https://t.co/ZpYvmrXtL7 via @UNEP pic.twitter.com/mO7H6GjrBX
— United Nations (@UN) January 17, 2023
ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ର ବ୍ୟବହାର ନ କରିବାକୁ ମେସେଜ୍ ଦେଇ ୟୁଏନ୍ ଟ୍ୱିଟ୍ କରି ଲେଖିଛି “ ଉତ୍ପାଦନ ହେଉଥିବା ସମସ୍ତ ପ୍ଲାଷ୍ଟିକ୍ର ଅଧାଭାଗ କେବଳ ସିଙ୍ଗଲ ୟୁଜ୍ କରିବା ଉଦ୍ଦେଶ୍ୟରେ ତିଆରି ହେଉଛି। ଯାହା ଫଳରେ ପରିବେଶ, ସାମାଜିକ ଓ ସ୍ୱାସ୍ଥ୍ୟ ସମ୍ପର୍କିତ ଭୟଙ୍କର ପରିଣତି ସୃଷ୍ଟି ହେଉଛି। ଆମ ସହ #CleanSeas ଅଭିଯାନରେ ସାମିଲ୍ ହୋଇ#BeatPlasticPollution ଦିଗରେ ସହଯୋଗ କରନ୍ତୁ। cleanseas.org/take-action via @UNEP” ଏହି ଟ୍ୱିଟ୍ରେ ଜାତିସଂଘର ପରିବେଶ ପ୍ରଦୁଷଣ ନେଇ ଥିବା ୱେବସାଇଟ୍ର ଲିଙ୍କ୍ ବି ଦିଆଯାଇଛି।
ଜାତିସଂଘର ଏହି ଟ୍ୱିଟ୍କୁ ରି-ଟ୍ୱିଟ୍ କରି ସୁଦର୍ଶନ ଲେଖିଛନ୍ତି “ ପୃଥିବୀ ମାଆ ପାଇଁ ଏହି ମେସେଜ୍ ଏକ ସତର୍କ ସୂଚନା।” ଏହାପରେ ବାଲୁକା କଳାର ଫଟୋକୁ ଶେୟାର କରିଥିବାରୁ ସେ ଜାତିସଂଘକୁ ଧନ୍ୟବାଦ ଦେଇଛନ୍ତି।
This message is an alarm for mother Earth . Thank you @UN for sharing our sand art to #BeatPlasticPollution https://t.co/f4o1MUbmZb
— Sudarsan Pattnaik (@sudarsansand) January 18, 2023
Comments are closed.