Latest Odisha News

BREAKING NEWS

ଟ୍ରକ ଓ କାର୍‌ ମୁହାଁମୁହିଁ ଧକ୍କା, ଚାଲିଗଲା ୯ ଜଣଙ୍କ ଜୀବନ

ମୁମ୍ବାଇ : ମୁମ୍ବାଇ-ଗୋଆ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଗୁରୁବାର ସକାଳ ପ୍ରାୟ ପାଞ୍ଚଟା ବେଳେ ଗୋରେଗାଓଁ ପୋଲିସ ଷ୍ଟେସନ ଅନ୍ତର୍ଗତ ରୋପୋଲି ଗ୍ରାମ୍ୟ ନିକଟ ମୁମ୍ବାଇ-ଗୋଆ ରାଜପଥରେ ଏକ ଟ୍ରକ ଏବଂ ଚାରି ଚକିଆ ଯାନ ମଧ୍ୟରେ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚାରି ବର୍ଷର ଶିଶୁ ଅଳ୍ପକେ ବର୍ତ୍ତୀ ଯାଇଥିଲେ। ମୃତକଙ୍କ ମଧ୍ୟରେ ଚାରିଜଣ ମହିଳା ଏବଂ ପାଞ୍ଚ ଜଣ ପୁରୁଷ ଅଛନ୍ତି।

ଚାରି ଚକିଆ ଯାନଟି ମୁମ୍ବାଇରୁ ଆସୁଥିବା ବେଳେ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ତେବେ ଏହି ଦୁର୍ଘଟଣାଟି କୁହୁଡି ଯୋଗୁଁ ଘଟିଥିବା ଅନୁମାନ କରାଯାଉଛି । ଦୁର୍ଘଟଣା ସ୍ଥଳରେ ଗୋରେଗାଓଁ ପୋଲିସ ପହଞ୍ଚି ଉଦ୍ଧାର କରିବା ସହ ଆହତ ଶିଶୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

Leave A Reply

Your email address will not be published.