ଭୁବନେଶ୍ୱର: ଭାଷା ଏବଂ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏକ ଓଡ଼ିଆ ଅଧ୍ୟୟନ କେନ୍ଦ୍ର ଖୋଲିବାକୁ ପ୍ରସ୍ତୁତ ଚଳାଇଛି। ଯାହା ଏମଏ, ଡିପ୍ଲୋମା ଏବଂ ସାର୍ଟିଫିକେଟ୍ କାର୍ଯ୍ୟକ୍ରମ ପ୍ରଦାନ କରିବ।
ଦିଲ୍ଲୀ ବିଶ୍ବବିଦ୍ୟାଳୟର ଡିନ୍ ବଳରାମ ପାଣି ଏ ବିଷୟରେ ସୂଚନା ଦେଇ କହିଛନ୍ତି ଯେ ଏହି କେନ୍ଦ୍ର ପ୍ରତିଷ୍ଠା ପାଇଁ ଗୋଟିଏ ପ୍ରସ୍ତାବ ୟୁ.ଜି.ସିକୁ ପଠାଯାଇଛି। ଆବଶ୍ୟକ ମଞ୍ଜୁରୀ ପାଇବା ପରେ ଆସନ୍ତା ବର୍ଷଠାରୁ ଏହି କେନ୍ଦ୍ରରେ ଓଡ଼ିଆ ବିଷୟରେ ଏମ୍.ଏ, ପିଏଚ୍.ଡି ତଥା ପୋଷ୍ଟ-ପିଏଚ୍.ଡି ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ।