Latest Odisha News

କଟକ ମହାନଗର ନିଗମ ଡେପୁଟି ମେୟର ହେଲେ ଦମୟନ୍ତୀ ମାଝୀ

କଟକ : କଟକ ମହାନଗର ନିଗମ ଡେପୁଟି ମେୟର ହେଲେ ଦମୟନ୍ତୀ ମାଝୀ । ବିନା ପ୍ରତିଦ୍ୱନ୍ଦିରେ ବିଜୟ ମୁକୁଟ ପିନ୍ଧିଛନ୍ତି ଦମୟନ୍ତି । କଟକରେ ୪୯ ନମ୍ବର ୱାର୍ଡର କର୍ପୋରେଟର ଭାବେ ବିଜୟୀ ହୋଇଥିଲେ ଦମୟନ୍ତୀ । ସେ ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ଅର୍ଥନୀତି ବିଭାଗରେ ପିଜି ଦ୍ୱିତୀୟ ବର୍ଷ ପାଠ ପଢୁଛନ୍ତି ।ହେଲେ ଆଜି ସେ କଟକର ଡେପୁଟି ମେୟର ପଦବୀ ପାଇଛନ୍ତି ।ସେ ଡେପୁଟି ମେୟର ହେବେ ବୋଲି କେବିବି ଭାବି ନଥିଲେ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ଓ ମେୟର ଯାହା କାର୍ଯ୍ୟଦେବେ ତାହା ସୁଚାରରୂପେ ପାଳନ କରିିବି ବୋଲି ଦମୟନ୍ତୀ କହିଛନ୍ତି ।

କଟକରେ ଆଜି ୫୯ ଜଣ ନବ ନିର୍ବାଚିତ କର୍ପୋରେଟର ଓ ମେୟର ସୁବାସ ସିଂ ଶପଥ ଗ୍ରହଣ କରିଛନ୍ତି । କଟକ ମ୍ୟୁନିସିପାଲ ଟି ଆଡମିନିଷ୍ଟ୍ରେସନ ଡାଇରେକ୍ଟର ଉପସ୍ଥିତ ରହି ସମସ୍ତ କର୍ପୋରେଟର ଓ ମେୟରଙ୍କୁ ଶପଥ ପାଠ କରାଇଥିଲେ ବୋଲି ସୂଚନା ମିଳିଛି ।

Comments are closed.