Latest Odisha News

BREAKING NEWS

[ଭିଡିଓ] ଦୀପ ଜାଳିଦେଲା ୬ ବଖରା ଘର, ଜଣେ ଗୁରୁତର

ଗୁଣୁପୁର: ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଜଗନ୍ନାଥପୁର ପଂଚାୟତ ଅଧିନସ୍ତ ସୀତାପୁର ଗାଁରେ ଘରପୋଡି ଘଟଣା । ଅଗ୍ନିକାଣ୍ଡରେ ଦୁଇଟି ପରିବାର ବେସାହାରା ହୋପଡିଥିଲାବେଳେ ଜଣକର ଅବସ୍ଥା ଗୁରୁତର ରହିଛି ।

ଗତକାଲି ରାତିରେ ସୀତାପୁର ଗାଁର ବିଜୟ କୁଣ୍ଡିଙ୍ଗ ଓ ପାତିକା ନରେଶଙ୍କ ପରିବାର ଲୋକେ ଖାଇପିଇ ଘରେ ଶୋଇଥିଲେ । ସେହି ସମୟରେ ଦୁହିଁଙ୍କ ଘରେ ହଠାତ୍ ନିଆଁ ଲାଗିଯିବା ଫଳରେ ୨୮ ବର୍ଷୀୟ ବିଜୟ କୁଣ୍ଡିଙ୍ଗ ଗୁରୁତର ଭାବେ ଆହତ ହୋଇଥିଲେ । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ପରେ ସ୍ଥିତିରେ ସୁଧାର ନଆସିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିଲେ ହେଁ ଦୀପରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ପହଂଚି ଗୁଣୁପୁର ତହସିଲଦାର ଶରତ ଚନ୍ଦ୍ର ନାୟକ ଓ ବିଡିଓ ଶାନ୍ତିପ୍ରଭା ପ୍ରଧାନ ପହଂଚି ଅଗ୍ନି ବିପିନ୍ନଙ୍କୁ ସରକାରୀ ସହାୟତା ଦେବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଅସ୍ଥାୟୀ ରୂପେ ଥଇଥାନ କରିବା ଲାଗି ସେମାନଙ୍କୁ ପଲିଥିନ, କିଛି ଲୁଗାପଟା ଓ ଅତ୍ୟାବଶକୀୟ ସାମଗ୍ରୀ ସମେତ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଥିଲା ।

 

Leave A Reply

Your email address will not be published.