ଆଠଗଡ: ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର । କଟକ ଜିଲ୍ଲା ଆଠଗଡ ଥାନା ଅନ୍ତର୍ଗତ କନ୍ଦରପୁର ଗାଁ ନିକଟରେ ଥିବା କାଜୁ ବଗିଚାରୁ ମହାଳିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମହିଳାଙ୍କ ବୟସ ପାଖାପାଖି ୨୫ ବର୍ଷ ହେବ ।
ସ୍ଥାନୀୟ ଲୋକ ମୃତଦେହ ଦେଖି ଆଠଗଡ ପୋଲିସକୁ ଖବର ଦେଇଥିଲେ । ଆଠଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ମହିଳାଙ୍କ ପରିଚୟ ମିଳିପାରି ନାହିଁ । ଏହା ହତ୍ୟା କି ଆତ୍ମହତ୍ୟା ସେ ନେଇ ସ୍ପଷ୍ଟ ଜଣାପଡିନାହିଁ । ଅଧିକ ତଦନ୍ତ ପରେ ପ୍ରକୃତ କାରଣ ଜଣାପଡିବ ।
Comments are closed.