Latest Odisha News

BREAKING NEWS

ରେଳ ଧାରଣାରେ ପଡ଼ିଛି ଅଚିହ୍ନା ଯୁବକଙ୍କ ମୃତଦେହ

ଯାଜପୁର: ଚ୍ରେନ୍ ଲାଇନରେ ପଡ଼ିଛି ଅଜଣା ଯୁବକଙ୍କ ମୃତଦେହ । ଯାଜପୁର ଜିଲ୍ଲା ହରିଦାସପୁର-ଧାନମଣ୍ଡଳ ରେଳ ଲାଇନର ଖୋସାଲିପୁର ନିକଟରୁ ଉଦ୍ଧାର ହୋଇଛି ମୃତଦେହ । ଆଜି ସକାଳେ ସ୍ଥାନୀୟ ଲୋକ ରେଲ ଧାରଣାରେ ମୃତଜେହ ପଡ଼ିଥିବା ଦେଖିଥିଲେ । ଏହାପରେ ଘଟଣାସ୍ଥଳରେ ପହଞ୍ଚିଥିଲା ଆରପିଏଫ୍ ।

ଆରପିଏଫ ମୃତଦେହକୁ ଜବତ କରିଛି । ଯୁବକଙ୍କ ପରିଚୟ ମିଳିପାରି ନାହିଁ । ସେ କିଏ ଓ ତାଙ୍କ ଘର କେଉଁଠି ? ମୃତକଙ୍କ ପରିଚୟ ଜାଣିବା ପାଇଁ ଉଦ୍ୟମ ଜାରି ରଖିଛି ପୋଲିସ । ଯୁବକ ଟ୍ରେନ ଲାଇନରେ ଆତ୍ମହତ୍ୟା କରିଛନ୍ତି ନା ଏହା ଏକ ଦୁର୍ଘଟଣା ? ମୃତ୍ୟୁ ପଛରେ ଆଉ କୌଣସି କାରଣ ରହିଛି କି ? ଅଧିକ ଖୋଳତାଡ ଜାରି ରଖିଛି ରେଳବାଇ ଥାନା ପୋଲିସ ।

Leave A Reply

Your email address will not be published.