Latest Odisha News

BREAKING NEWS

ଦୁଇ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ଯା: ମଲରେ ପ୍ରେମ, ବସ୍ତିରେ ଶେଷ

ଭୁବନେଶ୍ୱର: ରାଜଧାନୀରେ ସୋମବାର ଜଣେ ମହିଳା ଓ ପୁରୁଷଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଇନଫୋସିଟି ଥାନା ଅନ୍ତର୍ଗତ ଶିଖରଚଣ୍ଡୀ ନଗରର କ୍ଲଷ୍ଟର-3ରେ ରହୁଥିବା ଏହି ଅବିବାହିତ ଦମ୍ପତିଙ୍କ ପରିଚୟ ମିଳିପାରିନାହିଁ। ସେମାନେ ପ୍ରେମୀଯୁଗଳ ବୋଲି ସନ୍ଦେହ କରାଯାଉଛି।

BjdElectrycity

ସୋମବାର ସକାଳେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ଖୋଲା ଥିବା ଝରକା ଦେଇ ଦେଖିଥିଲେ ଯେ ଘରର ଏକ କୋଠରୀର ସିଲିଂ ଫ୍ୟାନରେ ପ୍ରେମୀ ଯୁଗଳ ଝୁଲୁପଡ଼ିଛନ୍ତି। ଏ ନେଇ ସେ ସ୍ଥାନୀୟ ଅଞ୍ଚଳର ଅନ୍ୟମାନଙ୍କୁ ଜଣାଇବା ସହ ପୁଲିସକୁ ଖବର ଦେଇଥିଲେ।

ଇନଫୋସିଟି ଥାନା ପୁଲିସର ଏକ ଟିମ୍ ଘଟଣାସ୍ଥଳକୁ ଯାଇ ଘର ଭିତରକୁ ପଶିବା ପରେ ମୁଖ୍ୟ କବାଟ ଭାଙ୍ଗି ଭିତରକୁ ପଶିଥିଲେ। ସେମାନେ ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲେ। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ପ୍ରାଥମିକ ତଦନ୍ତରୁ ସେମାନଙ୍କ ପରିଚୟ ମିଳିପାରି ନାହିଁ।

ମିଳିଥିବା  ସୂଚନା ଅନୁସାରେ ଉଭୟଙ୍କ ପ୍ରେମ ଏକ ମଲରୁ ହୋଇଥିଲା। ପରେ ଉଭୟ ବସ୍ତିରେ ଲିଭ୍ ଇନରେ ରହୁଥିଲେ। ପରବର୍ତୀ ସମୟରେ ଯୁବତୀ ଜଣଙ୍କ ଜାଣିବାକୁ ପାଇଥିଲେ ତାଙ୍କର ପ୍ରେମିକ ଜଣଙ୍କ ବିବାହିତ ତାଙ୍କର ପିଲା ଛୁଆ ରହିଛି। ଏହାପରେ ବିବାଦ ଦେଖାଦେଇଥିଲେ। ପରେ ଗୋଟିଏ ଫ୍ୟାନରେ ଦୁଇ ଜଣ ଯାକ ଝୁଲି ପଡ଼ିଥିଲେ।

Leave A Reply

Your email address will not be published.