Latest Odisha News

BREAKING NEWS

ଶିମିଳିପାଳ ପାଦଦେଶରୁ ପୁଣି ଜବତ ହେଲା ୭୧ଟି ଦେଶୀ ବନ୍ଧୁକ

ବାରିପଦା: ଶିକାରୀଙ୍କ ଆକ୍ରମଣରେ ଦୁଇ ବନ କର୍ମଚାରୀ ସହିଦ ହେବା ପରେ ସକ୍ରିୟ ହୋଇ ଉଠିଛି ପୋଲିସ । ଦ୍ୱିତୀୟ ପର୍ଯ୍ୟାୟ ସର୍ଚ୍ଚ ଅପରେସନ ଜାରିଥିବାବେଳେ ଶିମିଳିପାଳ ପାଦଦେଶରୁ ପୁଣି ୭୧ଟି ଦେଶୀ ବନ୍ଧୁକ ଜବତ କରିଛି ପୋଲିସ । ଏନେଇ ଜିଲ୍ଲା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସୁଚନା ଅନୁସାରେ, ଶିକାରୀଙ୍କ ଆକ୍ରମଣରେ ଦୁଇ ବନ କର୍ମଚାରୀ ସହିଦ ହେବା ପରେ ଅସ୍ତ୍ରଶସ୍ତ୍ର ତଲାସୀ ଅଭିଯାନ ଆରମ୍ଭ କରିଥିଲା ପୋଲିସ । ଜୁନ ୧୮ ତାରିଖରୁ ପୋଲିସ ପକ୍ଷରୁ ଶିମିଳିପାଳକୁ ଶିକାର ଓ ଶିକାରୀମୁକ୍ତ ପାଇଁ ୯ ଥାନା ଅଧୀନସ୍ଥ ଜଙ୍ଗଲ ସଂଲଗ୍ନ ଗ୍ରାମମାନଙ୍କରେ ଏହି ଅଭିଯାନ ଆରମ୍ଭ ହୋଇଥିଲା। ୪ପ୍ଲାଟୁନ ପୁଲିସ ଫୋର୍ସ ସହିତ ଥାନା କର୍ମଚାରୀ ଏଥିରେ ସାମିଲ ଥିଲେ । ଏହି ସମୟରେ ୪୦ଟି ମାମଲା ରୁଜୁ ସହିତ ୧୬୫ଟି ବନ୍ଧୁକ, ଗୁଳି, ଗୋଟିଏ ବନ୍ଧୁକ ତିଆରି କାରଖାନା, ବଜ୍ରକାପ୍ତା ଛାଲ, ନଗଦ ୨ଲକ୍ଷ ୯୫ହଜାର ଟଙ୍କା, ମୋବାଇଲ ଫୋନ, ବନ୍ୟପ୍ରାଣୀ ମୃତଦେହ, ମାଂସ ଆଦି ଜବତ କରାଯିବା ସହିତ ୨୧ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା।

ତେବେ ଏହାରି ଭିତରେ ଦ୍ୱିତୀୟ ପର୍ଯ୍ୟାୟ ସର୍ଚ୍ଚ ଅପରେସନ ଜାରିଥିବାବେଳେ ପୁଣି ଥରେ ଶିମିଳିପାଳ ପାଦ ଦେଶରୁ ୭୧ଟି ଦେଶୀ ବନ୍ଧୁକ ଜବତ କରିଛି ପୋଲିସ । ଏନେଇ ଆଜି ମଧ୍ୟାହ୍ନ ୧୨ଟାରେ ବାରିପଦା ସ୍ଥିତ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ସାମ୍ବାଦିକ ସମ୍ମିଳନୀରେ ଏସପି ବି ଗଙ୍ଗାଧର ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରିବା ନେଇ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.