Latest Odisha News

BREAKING NEWS

Balangir Highway: ଅସୁରକ୍ଷିତ ବଲାଙ୍ଗୀର ରାଜପଥ, ୬ ବର୍ଷରେ ୧୦୩୮ଜଣଙ୍କ ମୃତ୍ୟୁ…

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ବିଗତ ୬ ବର୍ଷର ତଥ୍ୟକୁ ଦେଖିଲେ ଚଳିତ ବର୍ଷ ଜିଲ୍ଲାରେ ଏପର୍ଯ୍ୟନ୍ତର ସବୁଠୁ ଅଧିକ ଦୁର୍ଘଟଣା ଏବଂ ପ୍ରାଣହାନୀ ହୋଇଛି । ଏଥର ଜିଲ୍ଲାରେ ୩୬୨ଟି ମୃତ୍ୟୁ ଘଟିଥିବା ବେଳେ ୨୦୫ଜଣ ବିଭିନ୍ନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ମୋଟାମୋଟି ଭାବରେ ୬ବର୍ଷ ଭିତରେ ସମୁଦାୟ ୧୦୩୮ଜଣଙ୍କ ମୃତ୍ୟୁ ହୋଇଛି ।

୨୦୨୦ ମସହିାରେ ଜିଲ୍ଲାରେ ୨୯୩ଟି ଦୁର୍ଘଟଣା ହୋଇଥିଲା । ଯେଉଁଥିରେ ୧୪୪ଜଣ ଡ୍ରାଇଭର ଏବଂ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ସେହିପରି ୨୦୨୧ ମସିହାରେ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇ ୩ ଶହରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୪୨କୁ ଖସିଥିଲା । ଏହାବାଦ୍‌ ୨୦୨୨ ମସିହାରେ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇ ୩୧୪ରେ ପହଞ୍ଚିଥିଲା । ସେହିବର୍ଷ ମୃତକ ସଂଖ୍ୟା ମଧ୍ୟ ୧୩୫ ପାର କରିଥିଲା ।

ସେହିପରି, ୨୦୨୩ ମସିହାରେ ୩୩୬ଟିରେ ଦୁର୍ଘଟଣା ଘଟିଥିବା ବେଳେ ୧୮୧ଜଣକ ମୃତ୍ୟୁ ହୋଇଥିବା ବେଳେ, ୨୦୨୪ ମସିହାରେ ବାର୍ଷିକ ମୃତକ ସଂଖ୍ୟା ୨୦୧ରେ ପହଞ୍ଚିଥିଲା । ଏହି ପରିସଂଖ୍ୟନ ଏବେ ବଲାଙ୍ଗିରବାସୀଙ୍କ ପାଇଁ ଚିନ୍ତାର କାରଣ ବଢ଼ାଇଛି ।

Leave A Reply

Your email address will not be published.