Latest Odisha News

BREAKING NEWS

ବିଶ୍ୱର ୩୦ ପ୍ରଦୂଷିତ ସହର ମଧ୍ୟରେ ଭାରତର ୨୧ ସାମିଲ

ନୂଆଦିଲ୍ଲୀ: ଆଇକ୍ୟୁ ଏୟାର ଭିଜୁଆଲ ରିପୋର୍ଟ ଅନୁସାରେ ବିଶ୍ୱର ପ୍ରଦୂଷିତ ୩୦ ସହର ମଧ୍ୟରେ ଭାରତର ୨୧ ସହର ରହିଛି । ଏହା ମଧ୍ୟରେ ଲକ୍ଷ୍ନୌ, ବୁଲନ୍ଦସହର, ମୁଜାଫରନଗର, ହିସାର, କୁଟେଲ, ଜୋଧପୁର ଓ ମୁରାଦବାଦ ପରି ସହର ସାମିଲ । ବିଶ୍ୱ ବାୟୁ ଗୁଣବତା ରିପୋର୍ଟକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଗାଜିଆବାଦ ସବୁଠାରୁ ପ୍ରଦୂଷିତ ସହର ତାଲିକାରେ ଶୀର୍ଷ ସ୍ଥାନରେ ରହିଛି ।

ଚାଇନାର ହୋଟେନ, ପାକିସ୍ତାନର ଗୁଜରାଂବାଲା, ଫୈସଲାବାଦ ଦ୍ୱିତୀୟରୁ ୪ର୍ଥ ସ୍ଥାନ ମଧ୍ୟରେ ରହିଛନ୍ତି । ଏହା ପଛକୁ ଭାରତର ଦିଲ୍ଲୀ, ନୋଏଡା, ଗୁରୁଗ୍ରାମ ରହିଛି । ପାକିସ୍ତାନର ରାୟବିଡ, ଭାରତର ଗ୍ରେଟର ନୋଏଡା ଓ ବଂଧବାରୀ ରହିଛି ।

Leave A Reply

Your email address will not be published.