Latest Odisha News

ଟମାଟୋ ଦାମ୍ ବଢ଼ିବା ପରେ କାନଫୁଲ ତିଆରି କରି ପିନ୍ଧିଲେ ଉର୍ଫି

ମୁମ୍ବାଇ: ନିଜ ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଅଭିନେତ୍ରୀ ଉର୍ଫି ଜାଭେଦ । ଉର୍ଫି କେତେବେଳେ ପିଜା ତ ଆଉ କେତେବେଳେ ଚୁଇଂଗମରେ ତିଆରି ପୋଷାକ ପିନ୍ଧୁଥିବା ନଜର ଆସନ୍ତି । କିଛି ଦିନ ତଳେ ସେ ନମକିନ୍ ପ୍ୟାକେଟରେ ପୋଷାକ ତିଆରି କରି ପିନ୍ଧିଥିଲେ । ଯାହାକୁ ଲୋକେ ଖୁବ୍ ପସନ୍ଦ କରିଥିଲେ । ଏବେ ଟମାଟୋରେ ତିଆରି କାନଫୁଲ ପିନ୍ଧି ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଉର୍ଫି । ଭାରତରେ ଏବେ ଟମାଟୋ ସୁନା ସହ ସମାନ ବୋଲି ଜଣାଇବାକୁ ଯାଇ ଉର୍ଫି ଏଭଳି କରିଥିବା କହିଛନ୍ତି । ଏହାର ଫଟୋ ଓ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି ।

ଏବେ ସାରା ଦେଶରେ ଟମାଟୋର ଦାମ୍ ବୃଦ୍ଧି ପାଇଛି । ଆଉ ମଧ୍ୟବିତ୍ତଙ୍କ ପାଇଁ ଟମାଟୋ କିଣିବା କଷ୍ଟକର ହୋଇପଡ଼ିଛି । ଏ ସବୁ ଭିତରେ ଉର୍ଫି ଟମାଟୋରେ ତିଆରି କାନଫୁଲ ପିନ୍ଧିଥିବା ବେଳେ ହାତରେ ଏକ ଟମାଟୋ ଧରି ଖାଉଥିବା ନଜର ଆସିଛନ୍ତି । ତାଙ୍କର ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । କିଛି ଦିନ ତଳେ ଉର୍ଫି ନମକିନ୍ ପ୍ୟାକେଟରେ ପୋଷାକ ତିଆରି କରି ପିନ୍ଧିଥିଲେ । ଉର୍ଫି ଏହି ପୋଷାକ ପିନ୍ଧି ‘ଟୁ ୟମ୍‌’ ନମକିନ ତିଆରି କରୁଥିବା କମ୍ପାନି ପାଇଁ ବିଜ୍ଞାପନ କରିଥିଲେ ।

Comments are closed.