Latest Odisha News

BREAKING NEWS

ଫ୍ରେଞ୍ଚ ରୋଲ୍‌ରେ ତିଆରି ପୋଷାକ ପରିଧାନ କଲେ ଉର୍ଫି

ମୁମ୍ବାଇ: ନିଜର ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଅଭିନେତ୍ରୀ ଉର୍ଫି ଜାଭେଦ । ସେ କଦାପି କାହାକୁ ଭୟ କରନ୍ତି ନାହିଁ । ଯାହା କରିବାକୁ ସେ ଠିକ୍ ଭାବନ୍ତି, ତାହା ହିଁ କରିଥାନ୍ତି । ଏବେ ପୁଣି ସେମିତି ଅଜବ ପୋଷାକକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ନିକଟରେ ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଥିଲେ । ପୋଷ୍ଟରେ ସେ ଫ୍ରେଞ୍ଚ ରୋଲରେ ତିଆରି ପୋଷାକ ପିନ୍ଧିଛନ୍ତି । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହି ଫଟୋ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଉର୍ଫି କେତେବେଳେ ମୋବାଇଲରେ ତିଆରି ପୋଷାକ ପିନ୍ଧିଲେଣି ତ ଆଉ କେତେବେଳେ ସେ ହ୍ୟାଣ୍ଡବ୍ୟାଗରେ ତିଆରି ହୋଇଥିବା ପୋଷାକରେ ନଜର ଆସିଛନ୍ତି । ଆଉ କେତେବେଳେ ଦେହରେ ସାପ ଗୁରାଇଲେଣି । ନିକଟରେ ସେ ଫ୍ରେଞ୍ଚ ରୋଲ୍‌ରେ ପୋଷାକ ତିଆରି କରି ପରିଧାନ କରିଛନ୍ତି । ଏହାକୁ ଅଭିନେତ୍ରୀ କରୀନା କପୁରଙ୍କ ପ୍ରିୟ ଖାଦ୍ୟ ବୋଲି ସେ କହିଛନ୍ତିି । ଉର୍ଫି ଏପରି ପୋଷାକ ପିନ୍ଧି ଫଟୋ ବି ଉଠାଇଛନ୍ତି । ସେ ତାଙ୍କର ଏହି ଫଟୋକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

ଫ୍ରେଞ୍ଚ ରୋଲ୍‌କୁ ଉର୍ଫି ବିକିନି ଶୈଳୀରେ ତିଆରି କରିଛନ୍ତି । ଉର୍ଫିଙ୍କର ଏହି ପୋଷ୍ଟକୁ ଅନେକ ଲୋକ ପସନ୍ଦ କରିଛନ୍ତି । ଏହାକୁ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଇଛନ୍ତି । ଜଣେ ଲେଖିଛନ୍ତି, ବର୍ତ୍ତମାନ ଏହାକୁ ପିନ୍ଧିବାକୁ ବାକି ରହିଥିଲା । ଏହା ଖାଇବା ପାଇଁ, ପିନ୍ଧିବା ପାଇଁ ନୁହେଁ । ଏହାପୂର୍ବରୁ ଯେତେବେଳେ ଉର୍ଫି ସ୍ୱାଧୀନତା ଦିନ ସାଲୱାର-ସୁଟ ପିନ୍ଧିଥିଲେ, ସେତେବେଳେ ଜନସାଧାରଣ ତାଙ୍କ ସାଧାପଣକୁ ଖୁବ୍ ପସନ୍ଦ କରିଥିଲେ ।

Comments are closed.