Latest Odisha News

BREAKING NEWS

ଉର୍ଫିଙ୍କୁ ଘର ଭଡ଼ା ଦେବାକୁ ରାଜି ହେଉନାହାନ୍ତି ମାଲିକ

ମୁମ୍ବାଇ: ନିଜର ପୋଷାକ ପରିଧାନକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହିଥିବା ଅଭିନେତ୍ରୀ ଉର୍ଫି ଜାଭେଦ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ତେବେ ଏଥର ଚର୍ଚ୍ଚାର ପରିଧି କୌଣସି ଡ଼୍ରେସ ଡ଼ିଜାଇନ ନୁହେଁ ବରଂ ତାଙ୍କ ମନ୍ତବ୍ୟକୁ ନେଇ ସେ ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କୁ କୌଣସି ଘର ମାଲିକ ଭଡ଼ା ଦେବାକୁ ରାଜି ହେଉ ନ ଥିବା ସେ କହିଛନ୍ତି ।

ନିକଟରେ ଏକ ସାକ୍ଷାତକାର ଉର୍ଫି କହିଛନ୍ତି ଯେ, ମୁଁ ଏବେ ୧ବିଏଚକେ ଘରେ ରହୁଛି । ସେ ଘରର ଅବସ୍ଥା ଦୟନୀୟ ହୋଇପଡ଼ିଛି । ସେଥିଲାଗି ମୁଁ ଏକ ବଡ଼ ଘର ନେବାକୁ ଚାହୁଁଛି । ହେଲେ କୌଣସି ଘର ମାଲିକ ମୋତେ ଘର ଦେବାକୁ ରାଜି ହେଉନାହାନ୍ତି । ଯଦି କେହି ରାଜି ହେଉଛନ୍ତି, ସେମାନେ ମୋ ପାଖରେ ବିଭିନ୍ନ ସର୍ତ୍ତ ରଖୁଛନ୍ତି । ଯେମିତି କି ଘରକୁ କୌଣସି ପୁଅମାନେ ଆସିବେ ନାହିଁ । ଘରେ ଆମିଷ ରୋଷେଇ କରିପାରିବେନି କି ବାହାରୁ ଆଣି ମଧ୍ୟ ଖାଇପାରିବେ ନାହିଁ । ଏବେ ଘରଭଡ଼ା ମୋପାଇଁ ବଡ଼ ସମସ୍ୟା ହୋଇଛି । ଯେହେତୁ ମୁଁ ଏକା ରହୁଛି ଓ ମୁସଲିମ ହୋଇଥିବାରୁ ଅଧିକାଂଶ ମାଲିକ ରାଜି ହେଉନାହାନ୍ତି । ହିନ୍ଦୁମାନେ ମୁଁ ମୁସଲିମ ବୋଲି ଘର ଦେଉ ନ ଥିବା ବେଳେ ମୁସଲିମମାନେ ମୋ ପୋଷାକ ପରିଧାନ ପାଇଁ ମୋତେ ଘର ଦେଉନାହାନ୍ତି । ଏହାକୁ ନେଇ ମୁଁ ଏବେ ଚିନ୍ତିତ ହୋଇପଡ଼ିଛି ।

Comments are closed.