Latest Odisha News

BREAKING NEWS

ବର ଖାଉଥିଲା ଗୁଟଖା, ବାହା ହେବାକୁ ମନା କଲା କନିଆଁ

ଉତ୍ତରପ୍ରଦେଶ: ମାତାଲି ବରକୁ ବାହା ହେବାକୁ ଝିଅ ମନା କରିବା ଖବର ଆଗରୁ ଅନେକ ଥର ଶୁଣିଥିବେ । କିନ୍ତୁ ବର ଗୁଟଖା ଖାଉଥିବା ଦେଖି ବାହା ହେବେନି ବୋଲି କହିଲା କନିଆଁ । ଉତ୍ତରପ୍ରଦେଶରୁ ଏଭଳି ଘଟଣା ସାମନାକୁ ଆସିଛି । ବାଲିଆ ଜିଲ୍ଲାରେ ଘଟିଛି ଏହି ଘଟଣା ।

ମାନିଆର ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତ ୫ ତାରିଖରେ ଥିଲା ବାହାଘର । ଖେଜୁରୀ ଗାଁର ଯୁବକଙ୍କୁ ମିଶ୍ରାଓଲି ଗାଁର ଝିଅଙ୍କର ବାହାଘର ଥିଲା । ବରଯାତ୍ରୀ ଝିଅ ଘରେ ପହଞ୍ଚିଥିଲା । ଏତିକିବେଳେ କନିଆଁ ଦେଖିଥିଲା ବର ଗୁଟଖା ଖାଉଛି । ତାପରେ ବାହା ହେବାକୁ ମନା କରି ଦେଇଥିଲା ଝିଅ ।

ବହୁ ବୁଝାସୁଝା ପରେ ବି ଝିଅ ଗୁଟଖା ଖାଉଥିବା ପୁଅକୁ ବାହା ହେବନି ବୋଲି ରୋକଠୋକ କହିଥିଲା । ଶେଷରେ ଶିଶୁପାଳ ହୋଇ କନିଆଁ ଘରୁ ଫେରିଥିଲା ବର । ପୂର୍ବରୁ ପୁଅ ଘର ଲୋକ ଦେଇଥିବା ଉପହାର ଫେରାଇ ଦେଇଥିଲେ କନ୍ୟା ପକ୍ଷ ।

ଉତ୍ତରପ୍ରଦେଶରେ ସପ୍ତାହେ ଭିତରେ ଏହା ହେଉଛି ଦ୍ୱିତୀୟ ଘଟଣା । ପୂର୍ବରୁ ପ୍ରତାପଗଡ଼ ଜିଲ୍ଲାରେ ମଦ ପିଇ ବାହା ହେବାକୁ ଆସିଥିଲା ବର । ଝିଅକୁ ଡ୍ୟାନ୍ସ କରିବାକୁ ବାଧ୍ୟ କରିଥିଲା । ଏଭଳି ମଦୁଅ ବରକୁ ବାହା ହେବେନି ବୋଲି ମନା କରିଥିଲା ଝିଅ । ଭାଙ୍ଗି ଯାଇଥିଲା ବାହାଘର ।

Leave A Reply

Your email address will not be published.