Latest Odisha News

BREAKING NEWS

କ୍ୟାଟ୍ରିନା ଏବଂ ଭିକିଙ୍କ ମଧ୍ୟରେ ରହିଛି ପ୍ରେମ ସମ୍ପର୍କ; ହର୍ଷବର୍ଦ୍ଧନ କପୁର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ଆକ୍ଟର ଭିକି କୌଶଲଙ୍କ ପ୍ରେମ ସମ୍ପର୍କକୁ ନେଇ ଅନେକ ଦିନ ହେଲାଣି ଚର୍ଚ୍ଚା ଲାଗି ରହିଛି। ତାଙ୍କ ସମ୍ପର୍କକୁ ନେଇ ଅନେକ ଗୁଜବ ମଧ୍ୟ ପ୍ରଚାର ହେଉଛି। କିନ୍ତୁ ନିଜ ବ୍ୟକ୍ତିଗତ ସମ୍ପର୍କକୁ ନେଇ ଉଭୟ ଏଯ‌ାଏ କୌଣସି ସ୍ପଷ୍ଟୀକରଣ ଦେଇନାହାନ୍ତି।

ଭିକି ଏବଂ କ୍ୟାଟ୍ରିନାଙ୍କ ଡେଟିଂ ଗୁଜବ କିଛି ସମୟ ଧରି ଚାଲିଆସୁଥିବାବେଳେ ଏଥିରେ ପୂର୍ଣ୍ଣଛେଦ ପକାଇଛନ୍ତି ଅଭିନେତା ହର୍ଷବର୍ଦ୍ଧନ କପୁର। ସେ ସ୍ପଷ୍ଟ କରିଛନ୍ତି ଭିକି ଏବଂ କ୍ୟାଟ୍ରିନା ଦୁହେଁ ମିଛରେ ନୁହେଁ ବରଂ ସତରେ ଡେଟ୍‌ କରୁଛନ୍ତି।

ହର୍ଷବର୍ଦ୍ଧନ କପୁର କହିଛନ୍ତି ଯେ ଭିକି ଏବଂ କ୍ୟାଟ୍ରିନା ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଛି। କିନ୍ତୁ ଏପର୍ଯ୍ୟନ୍ତ କ୍ୟାଟ୍ରିନା ଏବଂ ଭିକି ସେମାନଙ୍କ ସମ୍ପର୍କକୁ ନିଶ୍ଚିତ କରିନାହାନ୍ତି।

Leave A Reply

Your email address will not be published.