ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଖାଲି ପଡ଼ିଥିବା ୯ଟି ଆସନ ପାଇଁ ୨୦ ନଭେମ୍ବରରେ ବିଧାନସଭା ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଆଜି ଅର୍ଥାତ୍ ୨୩ ନଭେମ୍ବରରେ ଆସିବ ଫଳାଫଳ । ଏନେଇ ସକାଳ ୮ ଟାରୁ ଭୋଟ୍ ଗଣନା ଆରମ୍ଭ ହୋଇଛି, ଫଳାଫଳ ଶୀଘ୍ର ଘୋଷଣା କରାଯିବ ।
ନିର୍ବାଚନ ଆୟୋଗଙ୍କ ରିପୋର୍ଟ ଅନୁସାରେ, ବିଜେପି ୭ଟି ଆସନ ଯଥା କୁଣ୍ଡାର୍କି, ଖୈର, ସିସମାଉ ଏବଂ ମଜୱାନ ଆସନରେରେ ଆଗୁଆ ଥିବାବେଳେ ସମାଜବାଦୀ ପାର୍ଟି (ସପା) ମାତ୍ର ୨ଟି ଆସନ କରହଲ ଏବଂ ଫୁଲପୁରରେ ଲିଡ୍ କରୁଛି ।
ତେବେ ଉପନିର୍ବାଚନରେ କଂଗ୍ରେସ କୌଣସି ପ୍ରତିଦ୍ୱନ୍ଦ୍ୱୀ ଦେଇନହିଁ । ଅନ୍ୟପଟେ ବହୁଜନ ସମାଜବାଦୀ ପାର୍ଟି (ବିଏସପି) ସ୍ୱାଧୀନ ଭାବେ ସମସ୍ତ ୯ଟି ଯାକ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି ।