Latest Odisha News

BREAKING NEWS

ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଲଢ଼ିବେ, କେଉଁଠୁ ପ୍ରାର୍ଥୀ ହେବେ ଜାଣନ୍ତୁ

ଲକ୍ଷ୍ନୌ: ବିଧାନସଭା ନିର୍ବାଚନ ଲଢ଼ିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଆସନ୍ତାବର୍ଷ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବ । ଏଥିରେ ସେ ପ୍ରାର୍ଥୀ ହେବେ ବୋଲି ସୂଚନା ମିଳିଛି । ତେବେ ଯୋଗୀ ଆଦିତ୍ୟନାଥ କେଉଁ ଆସନରୁ ଲଢ଼ିବେ ତା ସ୍ପଷ୍ଟ ହୋଇନି । ଚର୍ଚ୍ଚା ହେଉଛି ଗୋରଖପୁର, ମଥୁରା କିମ୍ବା ଅଯୋଧ୍ୟା ଏହି ଆସନରୁ କେଉଁ ଗୋଟିଏରୁ ସେ ପ୍ରାର୍ଥୀ ହେବେ ।

ଗତକାଲି ନୂଆବର୍ଷରେ ଉତ୍ତରପ୍ରଦେଶର ବିଜେପି ସରକାର ଆସିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯୋଗୀ ଆଦିତ୍ୟନାଥ । ଆତ୍ମବିଶ୍ୱାସର ସହ ଦାବି କରିଛନ୍ତି ବିଜେପି ଏକାକୀ ୩୦୦ ସିଟ୍ ଦଖଲ କରିବ । ଏଥିସହ ସେ ନିର୍ବାଚନ ଲଢ଼ିବେ ବୋଲି ସ୍ପଷ୍ଟ କରିଥିଲେ ।

ଯୋଗୀ ଆଦିତ୍ୟନାଥ କହିଛନ୍ତି, ବିଜେପି ଏକ ପରିବାର । ଏଠାରେ ସମସ୍ତଙ୍କୁ ନିଜ ଭୂମିକା ପରିବର୍ତ୍ତନ କରିବାକୁ ସବୁବେଳେ ପ୍ରସ୍ତୁତ ରହିବାକୁ ପଡିଥାଏ । ଏଥର ଦଳର ନିର୍ଦ୍ଦେଶ ଅଛି ସେ ବିଧାନସଭା ନିର୍ବାଚନ ଲଢନ୍ତୁ । ଏଥିପାଇଁ ସେ ପ୍ରସ୍ତି ଅଛନ୍ତି ବୋଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ କହିଥିଲେ । ଏଭଳି ହେଲେ ପ୍ରଥମ ଥର ଯୋଗୀ ଆଦିତ୍ୟନାଥ ବିଧାନସଭା ନିର୍ବାଚନ ମୈଦାନକୁ ଓହ୍ଲାଇବେ ।

Leave A Reply

Your email address will not be published.