ଲକ୍ଷ୍ନୌ: ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ୩୬ତମ ଅଲ ଇଣ୍ଡିଆ ଆଡଭୋକେଟ୍ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୬ ତମ ଅଲ ଇଣ୍ଡିଆ ଆଡଭୋକେଟ୍ ଟୁର୍ନାମେଣ୍ଟର ଉଦଘାଟନ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ବ୍ୟାଟିଂରେ ନିଜ ପ୍ରତିଭା ଦେଖାଇଛନ୍ତି। କ୍ରିକେଟ୍ ପିଚ୍ ରେ ମୁଖ୍ୟମନ୍ତ୍ରୀ ନିଜର ଯାଦୁ ଦେଖାଇବା ସହ ଗୋଟିଏ ପରେ ଗୋଟିଏ ଧୁଆଁଧାର ସଟ୍ ମାରିଥିଲେ। ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।
ୟୁପି ମୁଖ୍ୟମନ୍ତ୍ରୀଙ୍କ ଏହି ଶୈଳୀ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଅଲ ଇଣ୍ଡିଆ ଆଡଭୋକେଟ୍ କ୍ରିକେଟ୍ ଟୁର୍ନାମେଣ୍ଟର ଉଦ୍ଘାଟନୀ ଭାଷଣରେ ଯୋଗୀ କହିଛନ୍ତି ଯେ କ୍ରୀଡା ଆମ ସମସ୍ତଙ୍କୁ ଗୋଟିଏ ଦଳର ଭାବନାରେ କାର୍ଯ୍ୟ କରିବାକୁ ପ୍ରେରଣା ଦେଇଛନ୍ତି। ଏହା ମନୋରଞ୍ଜନ ସହିତ ଆମକୁ ନିଜ ସାମର୍ଥ୍ୟର ମୂଲ୍ୟାଙ୍କନ କରିବାର ସୁଯୋଗ ପ୍ରଦାନ କରେ।