ଲକ୍ଷ୍ନୌ: ଭାରତ ଉପରେ ପାକିସ୍ତାନର ଆକ୍ରମଣକୁ ନେଇ ଆଜି ଜୋରଦାର ବର୍ଷିଛନ୍ତି ଯୋଗୀ ଆଦିତ୍ୟନାଥ । ଭାରତର ପଶ୍ଚିମ ସୀମାରେ ଅନେକ ସ୍ଥାନରେ ପାକିସ୍ତାନ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିବାର ଗୋଟିଏ ଦିନ ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଦିନ ଆତଙ୍କବାଦୀ କାର୍ଯ୍ୟକଳାପରେ ପାକିସ୍ତାନର ସମ୍ପୃକ୍ତିକୁ ନେଇ ପାକକୁ ଆକ୍ଷେପ କରି ଭାରତ ପ୍ରତ୍ୟେକ ପରିସ୍ଥିତିରେ ବିଜୟୀ ଅଛି ଏବଂ ରହିବ ବୋଲି କହିଛନ୍ତ।
ମହାରାଣା ପ୍ରତାପଙ୍କ ଜନ୍ମବାର୍ଷିକୀ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭାରତ-ପାକିସ୍ତାନ ସୀମା ଉତ୍ତେଜନା ବୃଦ୍ଧି ପାଇବା ମଧ୍ୟରେ ପାକିସ୍ତାନକୁ ନିନ୍ଦା କରିଛନ୍ତି। କହିଛନ୍ତି, ପାକିସ୍ତାନ ଏବେ ନିଜ ଅସ୍ତିତ୍ୱ ପାଇଁ ସଂଘର୍ଷ କରୁଥିବା ଦେଖାଯାଉଛି, ଭାରତ ପ୍ରତ୍ୟେକ ପରିସ୍ଥିତିରେ ବିଜୟୀ ଅଛି ଏବଂ ରହିବ। ଏପ୍ରିଲ ୨୨ ରେ ପାକିସ୍ତାନୀ ଆତଙ୍କବାଦୀମାନେ ଯେଉଁ ଦୁଷ୍କର୍ମ ଉଦ୍ୟମ କରିଥିଲେ, ତାହାର କଡ଼ା ଜବାବ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂକଳ୍ପ ଏବଂ ଆମ ସୈନିକଙ୍କ ସାହସିକତା ଦ୍ଵାରା ଦିଆଯାଉଛି। ପାକିସ୍ତାନ ଏକ ନିର୍ଲଜ୍ଜ ଦେଶ ଯାହା ଆତଙ୍କବାଦୀ କାର୍ଯ୍ୟକଳାପରେ ସିଧାସଳଖ ଜଡିତ…ପାକିସ୍ତାନ ବିଶ୍ୱ ସମ୍ମୁଖରେ ଆର୍ତ୍ତନାଦ କରୁଛି। ପାକିସ୍ତାନୀ ସେନାର ଉଚ୍ଚ ଅଧିକାରୀମାନେ ଆତଙ୍କବାଦୀଙ୍କ ଶବଦାହରେ ଯୋଗ ଦେଇଛନ୍ତି। ଏଥିସହିତ ଦେଶର ସୀମାକୁ ସୁରକ୍ଷା ଦେବା ପାଇଁ ଆକ୍ରମଣର ପ୍ରତିଶୋଧ ନେବା ସମୟରେ ସଶସ୍ତ୍ର ବାହିନୀ ସହିତ ଠିଆ ହେବାକୁ ମଧ୍ୟ ୟୁପି ମୁଖ୍ୟମନ୍ତ୍ରୀ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତୁ।
ସେପଟେ ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ସୀମାନ୍ତ ରାଜ୍ୟ ଗୁଡ଼ିକ ପାକିସ୍ତାନ ଡ୍ରୋନ ଓ ମିସାଇଲ ମାଧ୍ୟମରେ ଆଟାର୍କ କରୁଛି। ଭାରତୀୟ ସେନା ମଧ୍ୟ ଏହାର ମୁହଁତୋଡ଼ ଜବାବ ଦେଉଛନ୍ତି। ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ତୀବ୍ର ହେଉଥିବାରୁ ବିଭିନ୍ନ ରାଜ୍ୟକୁ ହାଇଆଲର୍ଟ ଜାରି କରାଯାଇଛି।
ଯୁଦ୍ଧ ସ୍ଥିତିକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡରେ ହାଇଆଲର୍ଟ ଜାରି କରାଯାଇଛି।ଉତ୍ତରାଖଣ୍ଡରେ ସବୁ ହସ୍ପିଟାଲ ପାଇଁ ହାଇଆଲର୍ଟ ଜାରି କରିଛନ୍ତି ରାଜ୍ୟ ସରକାର। ଡାକ୍ତର ଓ ସବୁ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ୧୨ ହଜାର ହସ୍ପିଟାଲ ବେଡ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
Comments are closed.