ଲକ୍ଷ୍ନୌ: ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ମାମଲାକୁ ନେଇ ଏବେ ଚାରିଆଡେ ତୀବ୍ର ବିରୋଧ ଜାରି ରହିଛି । ଏହାରି ଭିତରେ ପୀଡିତାଙ୍କ ପରିବାର ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ଭିଡିଓ କଲ ମାଧ୍ୟମରେ ପୀଡିତାଙ୍କ ପରିବାର ସହ କଥା ହୋଇଥିବା ଜଣା ପଡିଛି। କଥା ହେବା ପରେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୀଡିତାଙ୍କ ବାପା ମୁଖ୍ୟମନ୍ତ୍ରୀଙ୍କୁ କହିଥିବା ସାମ୍ନାକୁ ଆସିଛି । ଦୋଷୀଙ୍କୁ କଠୋର ଦଣ୍ଡ ମିଳିବ ବୋଲି ଯୋଗୀ ଆଦିତ୍ୟନାଥ ପ୍ରତିଶ୍ରୁତି ଦେଇଛନ୍ତି।
ଏଥିସହ ପୀଡିତାଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ୨୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ପରିବାରର ଜଣେ ସଦସ୍ୟଙ୍କୁ ଜୁନିୟର ଆସିସଷ୍ଟାଣ୍ଟ ଚାକିରି ମଧ୍ୟ ମିଳିବ। ଏହାବାଦ ପରିବାର ବର୍ଗଙ୍କ ରହିବା ପାଇଁ ହାଥରସରେ ରାଜ୍ୟ ଅର୍ବାନ ଡେଭଲପମେଣ୍ଟ ଏଜେନ୍ସି ତରଫରୁ ଘର ମଧ୍ୟ ଯୋଗାଇ ଦିଆଯିବ।
ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସହ ଆଲୋଚନା କରିଥିଲେ। ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
Comments are closed.