ଗାନ୍ଧୀନଗର: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ନାରା ‘ବାଣ୍ଟୋଗେ ତୋ କଟୋଗେ’ ଚର୍ଚ୍ଚାର ବିଷୟ ପାଲଟିଛି। ଏହାରି ଭିତରେ ଗୁଜୁରାଟ ଭାବନଗରର ଜଣେ ବ୍ୟକ୍ତି ନିଜ ବାହାଘର ନିମନ୍ତ୍ରଣ ପତ୍ରରେ ଏହି ନାରାକୁ ଛପାଇଛନ୍ତି। ଏହା ସହ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ମଧ୍ୟ ଚାପିଛନ୍ତି।
ସୂଚନା ଅନୁସାରେ, ଜଣେ ବିଜେପି କର୍ମୀଙ୍କ ବାହାଘର ୨୩ ନଭେମ୍ବରରେ ହେବାକୁ ଥିବା ବେଳେ ଏପରି କରି ସେ ଚର୍ଚ୍ଚାକୁ ଆସିଛନ୍ତି। ଲୋକଙ୍କୁ ସଚେତନ କରିବା ସହ ପିଏମ ମୋଦୀଙ୍କ ସନ୍ଦେସକୁ ପ୍ରଚାର କରିବାକୁ ସେ ଏହି ନାରା ଛପାଇଥିବା କହିଛନ୍ତି।
ଉଲ୍ଲେଖଯୋଗ୍ୟ, ହରିୟଣା ବିଧାନସଭା ନିର୍ବାଚନରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ‘ବାଣ୍ଟୋଗେ ତୋ କଟୋଗେ’ ନାରା ଦେଇଥିଲେ। ଏହାପରେ ରାଜନୀତିକ ମହଲରେ ଏହି ନାରା ଟ୍ରେଣ୍ଡ ପାଲଟିଥିଲା। ସେହିପରି ଝାଡଖଣ୍ଡର ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବା ସମୟରେ ଜାତିଗତ ବିଭାଜନ କରିବ ଉଚିତ ନୁହେଁ ବୋଲି କହିଥିଲେ। ବିରୋଧୀ ଏହି କାମ କରୁଥିବା ସେ କହିଥିଲେ । ଏଥିପାଇଁ ଏକଜୁଟ ରୁହନ୍ତୁ ବୋଲି ସିଏମ ଯୋଗୀ କହିଥିଲେ।
Comments are closed.