Latest Odisha News

IAS ପଦରୁ ଇସ୍ତଫା ଦେବା ପରେ ବନିଲେ ରାପର୍, ଅଭିଷେକଙ୍କ ରାପ୍‌ରେ ଗ୍ଲାମରର ତଡକା ଦେବେ ସନ୍ନି ଲିଓନ

ମୁମ୍ବାଇ: ଆଇଏଏସ୍ ଅଫିସରରୁ କଳାକାର ଭାବରେ ଉଭା ହୋଇଥିବା ଅଭିଷେକଙ୍କୁ ଆଜି କିଏ ଅବା ନଜାଣେ। ପ୍ରଶାସନିକ ଅଧିକାରୀରୁ ଜଣେ ଦକ୍ଷ କଳାକାର ହୋଇ ସଫଳ ହୋଇଛନ୍ତି ଅଭିଷେକ ଏବଂ ତାଙ୍କୁ ଦର୍ଶକ ବହୁତ ପସନ୍ଦ ମଧ୍ୟ କରୁଛନ୍ତି। ଅଭିଷେକ ସିଂ ପ୍ରଶାସନରେ ଯେପରି ନିଜର ଦକ୍ଷତା ଦେଖାଇଥିଲେ ଠିକ୍ ସମାନ ଭାବେ ମନୋରଞ୍ଜନ ଜଗତରେ ନିଜର କଳାକୁ ପ୍ରଦର୍ଶନ କରାଇ ଫ୍ୟାନ୍ସଙ୍କ ହୃଦୟ ଜତିଛନ୍ତି। ଉତ୍ତରପ୍ରଦେଶର ଏହିପ୍ରସିଦ୍ଧ ଆଇଏଏସ୍ ଅଫିସର ଅଭିଷେକ ସିଂଙ୍କୁ ନେଇ ବର୍ତ୍ତମାନ ଆଉ ଏକ ବଡ଼ ଖବର ଆସିଛି।

ଆଇଏଏସ୍ ଚାକିରି ଛାଡିବା ପରେ ଅଭିଷେକ ସିଂ ବଲିଉଡରେ କ୍ୟାରିୟର ବନେଇବାକୁ ଆଗ୍ରହୀ ଅଛନ୍ତି। ତେଣୁ ନିକଟରେ ରିଲିଜ ହୋଇଥିବା ବି ପ୍ରାକର ଗୀତ ‘ଦିଲ ତୋଡ୍ କେ’ଅଭିଷେକ ସିଂ ଡେବ୍ୟୁ କରିଛନ୍ତି। ଯାହା ଚାରି ଦିନ ମଧ୍ୟରେ ୨୫ ମିଲିୟନରୁ ଅଧିକ ଭ୍ୟୁଜ୍‌ ହୋଇଥିଲା। ବର୍ତ୍ତମାନ ସେ ସନ୍ନି ଲିଓନଙ୍କ ସହ ମିଶି ଏକ ରାପ୍ ଗୀତ ଆରମ୍ଭ କରିଛନ୍ତି। ଅଭିଷେକ ସିଂ ନିଜେ ତାଙ୍କ ଏକ୍ସ ଆକାଉଣ୍ଟରେ ଏହି ସୂଚନା ଦେଇଛନ୍ତି। ଏଥିରେ ସନ୍ନି ଲିଓନଙ୍କ ସହ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, ଖୁବ୍ ଶୀଘ୍ର ତାଙ୍କର ଏକ ରାପ୍ ଗୀତ ଆସିବାକୁ ଯାଉଛି। ଏଥିରେ ସନ୍ନି ଲିଓନ ତାଙ୍କ ପାଇଁ ଗ୍ଲାମରର ତଡକା ଦେବାକୁ ଯାଉଛନ୍ତି।

ଦଶହରାରେ ଅଭିଷେକ ନିଜ ପ୍ରଶଂସକଙ୍କୁ ଅଭିନନ୍ଦନ ଜଣାଇବାବେଳେ ସେ କହିଛନ୍ତି ଯେ ଏହି ରାପ୍ ଗୀତର ସୁଟିଂ ଶେଷ ହୋଇଛି। ଏହା ଶୀଘ୍ର ଲଞ୍ଚ ହେବ। ତାଙ୍କ ପୋଷ୍ଟରେ ଜୈନପୁରବାସୀଙ୍କୁ ଏକ ମେସେଜ ଦେବା ବେଳେ ସେ କହିଛନ୍ତି, ସେ ଖୁବ୍ ଶୀଘ୍ର ସନ୍ନି ଲିଓନଙ୍କ ସହ ଜୈନପୁରକୁ ଆସିବେ। ନିକଟରେ ସେ ତାଙ୍କ ରାପ୍ ଗୀତର ସୁଟିଂ ଶେଷ କରିଛନ୍ତି ଏବଂ ସେ ନିଜେ ଏହି ଗୀତ ଗାଇଛନ୍ତି। ଏଥିରେ କୌଣସି ଥାର୍ଡ ପାର୍ଟି ଅଂଶ ଗ୍ରହଣ କରିନାହାଁନ୍ତି। ସନ୍ନିଙ୍କ ଉପସ୍ଥିତି ଏହି ଭିଡିଓକୁ ଆହୁରି ଆକର୍ଷିତ କରୁଛି।

ସେ କହିଛନ୍ତି ଯେ ତାଙ୍କର ସମ୍ପୂର୍ଣ୍ଣ ଭରସା ଅଛି ଯେ ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରିବେ। ଏହା ସହିତ ପୂର୍ବତନ ଆଇଏଏସ୍ ଅଭିଷେକ ସିଂ ଲେଖିଛନ୍ତି ଯେ ସେ ଶୀଘ୍ର ତୁମ ସମସ୍ତଙ୍କୁ ଭେଟିବେ। ଏହି ସମୟରେ ତାଙ୍କର ଏହି ପୋଷ୍ଟକୁ ଅନେକ ଲୋକେ ପସନ୍ଦ କରିବା ସହ ଅନେକ ନିଜର ପ୍ରତିକ୍ରିୟା ଦେଇଛନ୍ତି।

ସୂଚନା ଥାଉକି ଯେ, ଅଭିଷେକ ଉତ୍ତରପ୍ରଦେଶ କ୍ୟାଡରର ଜଣେ ଆଇଏଏସ୍ ଅଧିକାରୀ ଏବଂ ନିକଟରେ ସେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। 2023 ମସିହାରେ, ଗୁଜୁରାଟ ନିର୍ବାଚନ ସମୟରେ ସେ ଏକ ସରକାରୀ ଗାଡି ଆଗରେ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହି ମାମଲାରେ ତାଙ୍କୁ ନିଲମ୍ବିତ କରାଯାଇଥିଲା। ସେତେବେଳେ ତାଙ୍କୁ ଗୁଜୁରାଟ ବିଧାନସଭା ନିର୍ବାଚନରେ ​​ପର୍ଯ୍ୟବେକ୍ଷକ ଭାବରେ ପଠାଯାଇଥିଲା। ଏହି ଘଟଣା ପରେ ଅଭିଷେକ ସିଂ ଭାରତୀୟ ପ୍ରଶାସନିକ ସେବାରୁ ଇସ୍ତଫା ଦେଇଥିଲେ। ଅଭିଷେକ ସିଂଙ୍କ ପିତା ମଧ୍ୟ ଜଣେ ଆଇପିଏସ୍ ଅଧିକାରୀ ରହିଛନ୍ତି। ଏଥିସହିତ ତାଙ୍କ ପତ୍ନୀ ଦୁର୍ଗାଶକ୍ତି ନାଗପାଲ ମଧ୍ୟ ୟୁପିର ଜଣେ ପ୍ରସିଦ୍ଧ ଆଇଏଏସ୍ ଅଧିକାରୀ ଅଛନ୍ତି।

Comments are closed.