Latest Odisha News

୪୫ ଦିନରେ ୫ଥର କାମୁଡିଲାଣି ସାପ, ତଥାପି ଜୀବିତ ବ୍ୟକ୍ତି…

ଫତେହପୁର: ୪୫ ଦିନରେ ୫ଥର କାମୁଡିଲାଣି ସାପ। ଏଭଳି ଜଣ‌େ ବ୍ୟକ୍ତି ହେଉଛନ୍ତି ଉତ୍ତରପ୍ରଦେଶର ଫତେହପୁରରେ ରହୁଥିବା ବିକାଶ ଦୁବେ। ତାଙ୍କ ସହ କ’ଣ ପାଇଁ ଏଭଳି ଘଟୁଛି, ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ସ୍ଥିତି ଏଭଳି ହ‌ୋଇଥିଲା ଯେ, ସାପ କାମୁଡାରୁ ରକ୍ଷା ପାଇବା ପାଇଁ ବିକାଶ ତାଙ୍କ ଘର ଛାଡି ଦେଇଥିଲ‌େ। ସେ ତାଙ୍କ ମାଉସୀ ଘରକୁ ଯାଇଥିଲେ ମଧ୍ୟ ସାପ ଦଂଶନରୁ ବର୍ତ୍ତି ପାରିନଥିଲେ। ପ୍ରତ୍ୟେକ ଥର ସ‌େ ମେଡିକାଲରେ ଚିକିତ୍ସିତ ହ‌ୋଇ ଘରକୁ ସୁସ୍ଥ ହୋଇ ଫେରିଥିଲେ।

ଜୁନ୍ ୨ରେ ପ୍ରଥମ ଥର ପାଇଁ ବିକାଶ ଦୁବେଙ୍କୁ ସାପ କାମୁଡ଼ିଥିଲା। ସେତେବେଳେ ସେ ଶୋଇଥିଲେ। ପରିବାର ଲୋକେ ତାଙ୍କୁ ଏକ ଘରୋଇ ନର୍ସିଂହୋମକୁ ନେଇଥିଲେ। ସେ ଦୁଇ ଦିନ ପର୍ଯ୍ୟନ୍ତ ମେଡିକାଲରେ ଭର୍ତ୍ତି ହୋଇଥିଲେ। ସୁସ୍ଥ ହେବା ପରେ ସେ ଘରକୁ ଫେରିଥିଲେ। ଏହା ପରେ ଜୁନ୍ ୧୦ ରାତିରେ ପୁଣି ବିକାଶଙ୍କୁ ସାପ କାମୁଡ଼ିଥିଲା।

ଏହାର ସାତ ଦିନ ପରେ ଅର୍ଥାତ୍ ଜୁନ୍ ୧୭ରେ ବିକାଶଙ୍କୁ ପୁଣି ଥରେ ତାଙ୍କ ଘରେ ସାପ କାମୁଡ଼ିଥିଲା। ଯାହାଫଳର‌େ ସେ ଚେତାଶୂନ୍ୟ ହୋଇପଡିଥିଲେ। ଏହି ଘଟଣା ପରେ ତାଙ୍କ ପରିବାର ମୁଣ୍ଡରେ ଚଡ଼କ ପଡିଥିଲା। ଡାକ୍ତରଙ୍କ ପରାମର୍ଶ କ୍ରମ‌େ ବିକାଶଙ୍କୁ ଅନ୍ୟ ଏକ ସ୍ଥାନକୁ ପଠାଇ ଦେଇଥିଲେ। ବିକାଶଙ୍କୁ ତାଙ୍କ ମାଉସୀ ଘରକୁ ପଠାଇ ଦିଆଯାଇଥିବା ବେଳେ ପଞ୍ଚମ ଥର ପାଇଁ ପୁଣି ସାପ କାମୁଡ଼ି ଦେଇଥିଲା। ବିକାଶଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଜବାହର ଲାଲ କହିଛନ୍ତି ଯେ ଏହା ଏକ ବିଚିତ୍ର ଘଟଣା। ଗ‌ୋଟିଏ ସାପ ଜଣଙ୍କୁ କାହିଁକି ବାରମ୍ବାର ଦଂଶନ କରୁଛି ଜଣାପଡୁନି।

Leave A Reply

Your email address will not be published.