Latest Odisha News

BREAKING NEWS

ନିଜ ଶୁଦ୍ଧକ୍ରିୟା ଆଗୁଆ ସାରିବା ପରେ ଚାଲିଗଲେ ହାକିମ

ଲକ୍ଷ୍ନୌ: ପରିବାର, ପରିଜନଙ୍କୁ ନେଇ ମଣିଷ ସବୁ ଦୁଃଖ ସୁଖରେ ବଂଚି ଯାଇଥାଏ । ଆଉ ଏହି ପରିବାର ଯଦି ନିଜର ନ ହୁଏ ତେବେ ମୃତ୍ୟୁ ଜଣେ ବ୍ୟକ୍ତି ପାଇଁ ଏକ ଭୟର କାରଣ ହୋଇ ନ ଥାଏ । ଲୋଭର ଦୁନିଆରେ ଛଟପଟ ହେଉଥିବା ହାକିମ ସିଂ ଏହାର ଜ୍ୱଳନ୍ତ ଉଦାହଣ । ଇଟାହର ହାକିମ ବିବାହ କରିବା ପରେ ସନ୍ତାନ ସୁଖ ପାଇ ନ ଥିଲେ । ପରେ ତାଙ୍କ ପତ୍ନୀ ମଧ୍ୟ ତାଙ୍କୁ ଛାଡି ବାପଘରକୁ ପଳାଇ ଯାଇଥିଲେ । ନିଜ ଭାଇ ଏବଂ ତାଙ୍କ ପରିବାର ସହ ହାକିମ ଜୀବନ ନିର୍ବାହ କରୁଥିଲେ । ତେବେ ତାଙ୍କ ସମ୍ପତି ଉପରେ ଥିଲା ଭାଇର ଲୋଲୁପ ନଜର । ୫୫ ବର୍ଷୀୟ ହାକିମଙ୍କୁ ସେମାନେ ଦେଉଥିଲା ମାନସିକ ଆଉ ଶାରୀରିକ ଯନ୍ତ୍ରଣା ।

ହାକିମ ନିଜ ଜମି ବିକ୍ରି କରି ଅଲଗାରେ ରହିବାକୁ ଚାହୁଁଥିଲେ ସେମାନେ ଏହା କରାଇ ଦେଉ ନ ଥିଲେ । ଶେଷରେ ହତାଶ ଓ ନିରାଶ ହାକିମ ମନରେ ଭୟ ସଂଚାର କରିବାକୁ ଲାଗିଲା । କାଳେ ମୁଁ ମଲା ପରେ ଏମାନେ ମୋର ଅନ୍ତ୍ୟେଷ୍ଟି କ୍ରିୟା କରିବେନି, ଗ୍ରାମବାସୀଙ୍କୁ ଦଶାହ କିମ୍ବା ଏକାଦଶାହ ଭୋଜି ଦେବନି । ମୋ ଆତ୍ମା ତୃପ୍ତ ହେବନି ଏ ଭଳି ଅନେକ କଥା ସେ ଚିନ୍ତା କରିଥିଲେ । ଶେଷରେ ବଂଚିଥିବା ବେଳେ ନିଜର ଅନ୍ତ୍ୟେଷ୍ଟି କ୍ରିୟା କରାଇଥିଲେ ।

୮୦୦ ଗ୍ରାମବାସୀଙ୍କୁ ମୃତ୍ୟୁଭୋଜ ଦେଇଥିଲେ । ସବୁ କିଛି ସରିବା ପରେ ସେ ତୃପ୍ତ ହୋଇଥିଲେ । ସେୟା ବି ହେଲା । ସେଦିନ ରାତିରେ ସେ ଶାନ୍ତିରେ ଶୋଇଥିଲେ । ଏହାର ଦିନକ ପରେ ଅଫେରା ରାଇଜକୁ ହାକିମ ଚାଲିଗଲେ । ସେ ଯିବା ପରେ ସୁସ୍ଥ ସମାଜ ପାଇଁ ଅନେକ ପ୍ରଶ୍ନ ଛାଡି ଦେଇଗଲେ । ଏହା କଣ ମାନବିକତା ? ପୋଲିସ ଏବେ ତାଙ୍କ ଶବର ପୋଷ୍ଟମର୍ଟମ କରି ମୃତ୍ୟୁର ପ୍ରକୃତ କାରଣ ଖୋଜୁଛି । ଏହି ଘଟଣା ଏବେ ଧିରେ ଧିରେ ଲୋକଙ୍କୁ ଆନ୍ଦୋଳିତ କରିବାରେ ଲାଗୁଛି ।

Leave A Reply

Your email address will not be published.