Latest Odisha News

ହାଥରସ ଗଣଦୁଷ୍କର୍ମ ମାମଲା: ପରିବାରକୁ ନଜଣାଇ ପୀଡିତାଙ୍କ ଅନ୍ତିମ ସଂସ୍କାର କରିଦେଲା ପୋଲିସ

ଉତ୍ତରପ୍ରଦେଶ: ହାଥରସ ଗଣଦୁଷ୍କର୍ମ ମାମଲାରେ ସାମ୍ନାକୁ ଆସିଛି ପୋଳିସର ଅମାନବୀୟ କାମ । ପରିବାର ସଦସ୍ୟ ଏବଂ ଗ୍ରାମବାସୀଙ୍କ ତୀବ୍ର ବିରୋଧ ସତ୍ତ୍ୱେ ମଙ୍ଗଳବାର ବିଳମ୍ବିତ ରାତିରେ ପିଡିତାଙ୍କ ଅନ୍ତିମ ସଂସ୍କାର କରିଦେଇଛି ପୋଲିସ । ପୀଡିତାଙ୍କ ମୃତଦେହ ରାତି ଅଧରେ ହାଥରସରେ ପହଞ୍ଚିଥିଲା, ଯେଉଁଠି ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ, କିନ୍ତୁ ପୋଲିସ ମୁତୟନ ମଧ୍ୟରେ ପୀଡିତାଙ୍କୁ ଶବଦାହ କରାଯାଇଥିଲା।

ପୀଡ଼ିତାଙ୍କ ଶେଷ ଦର୍ଶନ ପାଇଁ ପରିବାର ଲୋକେ ମୃତଦେହକୁ ଘରକୁ ଆଣିବା ପାଇଁ ଚାହୁଁଥିବା ବେଳେ ଉତ୍ତରପ୍ରଦେଶ ପୁଲିସ ବୁଧବାର ରାତି ୨ଟା ୪୫ମିନିଟରେ ପୀଡ଼ିତାଙ୍କ ଶବସତ୍କାର କରି ଦେଇଥିବା ସାମ୍ନାକୁ ଆସିଛି। ଡାକ୍ତରଖାନାରୁ ପୀଡ଼ିତାଙ୍କ ମୃତଦେହ ବାହାରିବା ପରେ ସେଠାରୁ ନେଇ ଉତ୍ତରପ୍ରଦେଶ ପୁଲିସ ଶବସତ୍କାର କରିଥିବା ଜଣା ପଡ଼ିଛି। ଘରଲୋକଙ୍କର କହିବା ଅନୁସାରେ, ଆମକୁ କିଛି ନପଚାରି ସେମାନେ ଅନ୍ତିମ ସଂସ୍କାର କରିଦେଇଥିଲେ ଓ ଯେତେବେଳେ ମୃତଦେହକୁ ଜଳାଇବାକୁ   ଗଲେ ସେମାନେ ଆମକୁ ଘରେ ବନ୍ଦ କରିଦେଇଥିଳେ। ଏଭଳି ପରିସ୍ଥିତିରେ ୟୁପି ପୋଲିସର କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଦୁଇ ସପ୍ତାହ ତଳେ ଦିଲ୍ଲୀ ଠାରୁ ୨୦୦ କିମି ଦୂର ଉତ୍ତରପ୍ରଦେଶର ହାଥରସ ଗାଁରେ ୪ ଜଣ ପୁରୁଷଙ୍କ ଦ୍ବାରା ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣେ ଅନୁସୂଚିତ ବର୍ଗ ଯୁବତୀଙ୍କର ଗତକାଲି ସକାଳେ ଦିଲ୍ଲୀରେ ମୃତ୍ୟୁ ଘଟିଥିଲା। ଏହି ଜଘନ୍ୟ କାଣ୍ଡରେ ପୀଡ଼ିତାଙ୍କର ମେରୁହାଡ଼ ଭାଙ୍ଗିଯାଇ ଶରୀର ଅଚଳ ହୋଇଯିବା ସହ ଜିଭ ଛିଣ୍ଡିଯାଇଥିବା ଜଣାଯାଇଥିଲା। ଉତ୍ତରପ୍ରଦେଶର ଏକ ଡାକ୍ତରଖାନାରେ ଆସିୟୁରେ ରହିଲା ପରେ ସୋମବାର ତାଙ୍କୁ ଦିଲ୍ଲୀକୁ ସ୍ଥାନାନ୍ତର କରାଯାଇଥିଲା। ଚାରି ଜଣ ଯାକ ଅଭିଯୁକ୍ତ ଜେଲ୍‌ରେ ଥିବା ବେଳେ ସେମାନଙ୍କ ବିରୋଧରେ ଏବେ ହତ୍ୟା ମାମଲା ଚାଲିବ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.