Latest Odisha News

BREAKING NEWS

ରାବଣ ପୂଜକ ବନିବେ ରାମ ଭକ୍ତ !

ଉତ୍ତରପ୍ରଦେଶ: ରାମ ମନ୍ଦିର ଭୂମିପୂଜନରେ ଉତ୍ସବ ପାଳିବେ ରାବଣ ପୂଜକ । ପଢିବାକୁ ଅବିଶ୍ୱାସ ଲାଗୁଥିଲେ ବି ଏହା ସତ । ତେବେ କିଏ ସେହି ରାବଣ ପୂଜକ ? ଯିଏ ବର୍ତ୍ତମାନ ସମୟରେ ରାବଣକୁ ପୂଜା କରିବା ସହ ରାମ ନାମ ଜପିବାକୁ ସାହାସ ଜୁଟାଇଛି ?

ଅଯୋଧ୍ୟାରୁ ୬୦୦କିମି ଦୂରରେ ରହିଛି ରାବଣ ମନ୍ଦିର । ସେହି ମନ୍ଦିରରେ ଜଣେ ପୂଜକ ହିଁ ରାମ ନାମ ଜପିବା ପାଇଁ ପଣ କରିଛନ୍ତି । ରାମ ମନ୍ଦିର ଭୂମିପୂଜନ ଉତ୍ସବକୁ ସେ ବି ପାଳିବା ନେଇ ଉତ୍ସାହିତ ଅଛନ୍ତି ।

ତେବେ କିଏ ସେହି ପୂଜକ ଓ କେଉଁଠି ଅଛି ରାବଣର ମନ୍ଦିର ?

ଉତ୍ତରପ୍ରଦେଶର ଗ୍ରେଟର୍ ନୋଏଡାଠାରୁ ମାତ୍ର ୧୦କିମ ଦୂରରେ ରହିଛି ଗୌତମ ନଗରର ବିଶ୍ରାଖ ଅଂଚଳ । ଏଠାରେ ହିଁ ରହିଛି ରାକ୍ଷସରାଜ ରାବଣର ମନ୍ଦିର । କାହିଁ କେବେଠୁ ଏହି ମନ୍ଦିରରେ ରାବଣ ପୂଜା ପାଇ ଆସୁଥିବାବେଳେ ମହନ୍ତ ରାମଦାସ ସାଜିଛନ୍ତି ଏହି ମନ୍ଦିରର ପୂଜକ । ରାମ ମନ୍ଦିରରର ଶିଳାନ୍ୟାସରେ ମହନ୍ତ ରାମଦାସ ଲଡୁ ବାଣ୍ଟିବା ନେଇ ଘୋଷଣା କରିଛନ୍ତି । ସ୍ଥାନୀୟ ଲୋକକଥା ଅନୁଯାୟୀ ବିଶ୍ରାଖ ଅଂଚଳରେ ହିଁ କୁଆଡେ ରାବଣର ଜନ୍ମ ହୋଇଥିଲା । ସେଥିପାଇଁ ଏହି ଅଂଚଳକୁ ରାବଣର ଜନ୍ମଭୂମି କୁହାଯାଉଛି ।

ତେବେ ରାବଣ ମନ୍ଦିରରେ କେବଳ ରାବଣର ମୂର୍ତ୍ତୀ ନୁହେଁ ବରଂ ଭଗବାନ ଶିବ, ମାତା ପାର୍ବତୀ ଓ କୁବେରଙ୍କ ପ୍ରତିମୂର୍ତ୍ତୀ ବି ସ୍ଥାନ ପାଇଛି । ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରୁ ଶତକଡା ୨୦ ଭାଗ ରାବଣକୁ ପୂଜା କରିଥାନ୍ତି । ତେବେ ଖାଲି ଉତ୍ତର ପ୍ରଦେଶ ନୁହେଁ ବରଂ ଭାରତର ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ ଓ ରାଜସ୍ଥାନରେ ବି ରାବଣ ମନ୍ଦିର ପ୍ରତିଷ୍ଠିତ ହୋଇଛି ।

Leave A Reply

Your email address will not be published.