Latest Odisha News

BREAKING NEWS

ପସନ୍ଦ ଆସିଲାନି ଆରାଧ୍ୟାଙ୍କ ଷ୍ଟାଇଲ୍

ମୁମ୍ବାଇ: ଅଭିନେତା ଅଭିଷେକ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟଙ୍କ ଝିଅ ଆରାଧ୍ୟାଙ୍କ ଷ୍ଟାଇଲକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଆରାଧ୍ୟାଙ୍କୁ ଏବେ ୧୧ ବର୍ଷ ବୟସ । ସେ ପ୍ରାୟତଃ ତାଙ୍କ ବାପାମାଆଙ୍କ ସହ ଦେଖିବାକୁ ମିଳିଥାନ୍ତି । ନିକଟରେ ମୁମ୍ବାଇରେ ଆୟୋଜିତ ଏକ ଗ୍ରାଣ୍ଡ ଇଭେଣ୍ଟରେ ଆରାଧ୍ୟା ତାଙ୍କ ବାପା ମାଆଙ୍କ ସହ ପହଞ୍ଚିଥିଲେ, ଯେଉଁଠାରେ ସମସ୍ତେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆଶ୍ଚର୍ଯ୍ୟ ହେବାର କାରଣ ଥିଲା ଆରାଧ୍ୟାଙ୍କ ଷ୍ଟାଇଲ୍ । ବିଶେଷକରି ତାଙ୍କ ଚେହେରା, ଉଚ୍ଚତା ଏବଂ ହେୟାର ଷ୍ଟାଇଲ ଅନେକଙ୍କୁ ପସନ୍ଦ ଆସି ନ ଥିଲା । ଆରାଧ୍ୟା ଧଳା ରଙ୍ଗର ଏକ ଚୁଡ଼ିଦାର ପିନ୍ଧିଥିଲେ । ଏହା ଉପରେ ଏକ ଓଢ଼ଣୀ ବି ପକାଇଥିଲେ । ମୁଣ୍ଡରେ ଏକ ହେୟାର ବ୍ୟାଣ୍ଡ ବାନ୍ଧିଥିଲେ । କିନ୍ତୁ ତାଙ୍କ ହେୟାର ଷ୍ଟାଇଲ୍ ଲୋକଙ୍କୁ ପସନ୍ଦ ଆସିଲା ନାହିିଁ । ସେଠାରେ ଅନେକ ଐଶ୍ୱର୍ଯ୍ୟାଙ୍କୁ ଝିଅର ହେୟାର ଷ୍ଟାଇଲ୍ ବଦଳାଇବାକୁ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.