ମୁମ୍ବାଇ: ଅଭିନେତା ଅଭିଷେକ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟଙ୍କ ଝିଅ ଆରାଧ୍ୟାଙ୍କ ଷ୍ଟାଇଲକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଆରାଧ୍ୟାଙ୍କୁ ଏବେ ୧୧ ବର୍ଷ ବୟସ । ସେ ପ୍ରାୟତଃ ତାଙ୍କ ବାପାମାଆଙ୍କ ସହ ଦେଖିବାକୁ ମିଳିଥାନ୍ତି । ନିକଟରେ ମୁମ୍ବାଇରେ ଆୟୋଜିତ ଏକ ଗ୍ରାଣ୍ଡ ଇଭେଣ୍ଟରେ ଆରାଧ୍ୟା ତାଙ୍କ ବାପା ମାଆଙ୍କ ସହ ପହଞ୍ଚିଥିଲେ, ଯେଉଁଠାରେ ସମସ୍ତେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆଶ୍ଚର୍ଯ୍ୟ ହେବାର କାରଣ ଥିଲା ଆରାଧ୍ୟାଙ୍କ ଷ୍ଟାଇଲ୍ । ବିଶେଷକରି ତାଙ୍କ ଚେହେରା, ଉଚ୍ଚତା ଏବଂ ହେୟାର ଷ୍ଟାଇଲ ଅନେକଙ୍କୁ ପସନ୍ଦ ଆସି ନ ଥିଲା । ଆରାଧ୍ୟା ଧଳା ରଙ୍ଗର ଏକ ଚୁଡ଼ିଦାର ପିନ୍ଧିଥିଲେ । ଏହା ଉପରେ ଏକ ଓଢ଼ଣୀ ବି ପକାଇଥିଲେ । ମୁଣ୍ଡରେ ଏକ ହେୟାର ବ୍ୟାଣ୍ଡ ବାନ୍ଧିଥିଲେ । କିନ୍ତୁ ତାଙ୍କ ହେୟାର ଷ୍ଟାଇଲ୍ ଲୋକଙ୍କୁ ପସନ୍ଦ ଆସିଲା ନାହିିଁ । ସେଠାରେ ଅନେକ ଐଶ୍ୱର୍ଯ୍ୟାଙ୍କୁ ଝିଅର ହେୟାର ଷ୍ଟାଇଲ୍ ବଦଳାଇବାକୁ ପରାମର୍ଶ ଦେଇଥିଲେ ।
BREAKING NEWS
- ଭାଲୁକୁଣି ବିସର୍ଜନ ବେଳେ ଅଘଟଣ; DJ ସାଉଣ୍ଡ ବକ୍ସ ପଡ଼ି ୭ ଆହତ
- ଭୂକମ୍ପରେ ଥରିଲା ଓଡ଼ିଶା; ଏହି ସ୍ଥାନରେ ୩.୯ ତୀବ୍ରତାର ଝଟକା…
- ସର୍ଭେ ରିପୋର୍ଟ : ୭୦% ରୁ ଅଧିକ ୟୁକ୍ରେନବାସୀ ଦୁର୍ନୀତି ପାଇଁ ଜେଲେନସ୍କିଙ୍କୁ ଦାୟୀ ମନେକରୁଛନ୍ତି
- ଇରାନ-ଆମେରିକା ସଂଘର୍ଷ: ଭୟ ଆଉ ଚିନ୍ତା ଭିତରେ ଇରାନରେ ଖୋଲିଲା ସ୍କୁଲ୍
- ବସରୁ ଖସି ପଡ଼ିଲେ ରୋହିତ ଶର୍ମା; ଚିନ୍ତାରେ ଫ୍ୟାନ୍ସ
- ବିଜେପି ନେତାଙ୍କୁ ପ୍ରାଣାନ୍ତକ ଆକ୍ରମଣ; ଡାକ୍ତରଖାନାରେ ଭର୍ତ୍ତି
- Odisha Vigilance:୩୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ତାଙ୍କ ସହଯୋଗୀ
- ସମ୍ ହସ୍ପିଟାଲରେ ନୂତନ ହୃଦ୍ ଚିକିତ୍ସା: ଟିଏଭିଆର୍ ପଦ୍ଧତିରେ ୭୧ ବର୍ଷୀୟା ମହିଳାଙ୍କୁ ମିଳିଲା ନୂଆ ଜୀବନ
- Asian Games 2026:ଜାଭେଲିନ୍ ଥ୍ରୋ’ରେ ଭାରତର ଚମତ୍କାର ପ୍ରଦର୍ଶନ: ଯଶ୍ବୀରଙ୍କୁ ରୌପ୍ୟ ଓ ରୋହିତଙ୍କୁ ବ୍ରୋଞ୍ଜ
- ସରିଲା ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା

Comments are closed.