ପ୍ରୟାଗରାଜ: ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭରେ ମୌନୀ ଅମାବାସ୍ୟା ଦିନ ହୋଇଥିବା ଦଳାଚକଟା ପଛରେ ରହିଛି କି ଷଡ଼ଯନ୍ତ୍ର? ଏବେ ଏହି ଦୃଷ୍ଟିକୋଣରୁ ତଦନ୍ତ କରୁଛି ଉତ୍ତରପ୍ରଦେଶ ଏସଟିଏଫ୍।
ସୂଚନା ଅନୁଯାୟୀ, ଦଳାଚକଟା ସମୟରେ ଉପସ୍ଥିତ ଦୁଇଜଣ ଲୋକ କହିଛନ୍ତି ଯେ କିଛି ବ୍ଯକ୍ତି ହଠାତ୍ ଗେରୁଆ ରଙ୍ଗର ପତାକା ଧରି ଭିଡ଼ ଭିତରକୁ ପ୍ରବେଶ କରିଥିଲେ। ଯାହା ପରେ ଦଳାଚକଟା ଆରମ୍ଭ ହୋଇଥିଲା।
ଆହୁରି ମଧ୍ଯ ସେହି ସମୟରେ ୧୬ ହଜାରରୁ ଅଧିକ ମୋବାଇଲ ନମ୍ବର ସକ୍ରିୟ ଥିବା ଏସଟିଏଫ୍ ସ୍କାନରରେ ରହିଛି । ସେଥିମଧ୍ୟରୁ କିଛି ମୋବାଇଲ୍ ଫୋନ୍ ଏବେ ଅଚଳ ରହିଥିବା ଜଣାପଡିଛି। ଫଳରେ ଏସଟିଏଫ ଏବଂ ମହାକୁମ୍ଭ ମେଳା ପୋଲିସ ଏହାକୁ ଏକ ଷଡଯନ୍ତ୍ର ଦୃଷ୍ଟିକୋଣରୁ ଚିନ୍ତା କରି ତଦନ୍ତ ଆରମ୍ଭ କରିଛି।
ଅପରପକ୍ଷରେ ୟୁପି ଡିଜିପି ପ୍ରଶାନ୍ତ କୁମାର କହିଛନ୍ତି ଯେ ଏପର୍ଯ୍ୟନ୍ତ କୌଣସି ଷଡ଼ଯନ୍ତ୍ର ସମ୍ପର୍କରେ ଜଣାପଡିନାହିଁ। ସେପଟେ ତିନି ଜଣ ସଦସ୍ୟ ବିଶିଷ୍ଟ ତଦନ୍ତକାରୀ ଟିମ୍ ଦଳାଚକଟା ଘଟଣାର କାରଣ ଓ କିପରି ହେଲା ଏନେଇ ତଦନ୍ତ କରିବେ। ନ୍ୟାୟିକ ଆୟୋଗର ନେତୃତ୍ବ ନେଇଛନ୍ତି ପୂର୍ବ ନ୍ୟାୟଧିଶ ହର୍ଷ କୁମାର।
ତେବେ ଏହି ଘଟଣାରେ ୩୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ଆହତ ହୋଇଥିଲେ ।
Comments are closed.