ନୂଆଦିଲ୍ଲୀ: ଆଜି ପବିତ୍ର ବସନ୍ତ ପଞ୍ଚମୀ ବା ଶ୍ରୀପଞ୍ଚମୀ। ଧରାପୃଷ୍ଠକୁ ଅବତରଣ କରିଛନ୍ତି ବିଦ୍ୟାଦାତ୍ରୀ ମା’ ସରସ୍ୱତୀ । ସରସ୍ୱତୀଙ୍କୁ ଜ୍ଞାନର ଦେବୀ କୁହାଯାଏ। ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ ପାଳନ କରାଯାଉଥିବା ଏହି ପୂଜା ସରସ୍ୱତୀ ପୂଜା ନାମରେ ଅଭିହିତ। ତେବେ ଭାରତରେ ଦେବୀ ସରସ୍ୱତୀଙ୍କର ଅନେକ ପ୍ରାଚୀନ ମନ୍ଦିର ରହିଛି। ଏହିଭଳି ଏକ ମନ୍ଦିର ରହିଛି କାଶ୍ମୀରରେ । ଏହା କାଶ୍ମୀରର କୁପଓ୍ଵାଡାରୁ ୨୨ କିଲୋମିଟର ଦୂରରେ ଅବସ୍ଥିତ। ଏହା ଶାରଦା ପୀଠ ନାମରେ ପ୍ରସିଦ୍ଧ।
ଏହି ମନ୍ଦିର ହିନ୍ଦୁ ମାନଙ୍କର ୫୦୦୦ ବର୍ଷର ପୁରାତନ ଧର୍ମସ୍ଥଳୀ। କାଶ୍ମୀରର (ଏବର ପିଓକେରେ) ନିଲମ ନଦୀ କୂଳରେ ଥିବା ଶାରଦା ଗ୍ରାମରେ ସରସ୍ୱତୀ ଦେବୀଙ୍କ ମନ୍ଦିର ରହିଛି। ଖ୍ରୀ.ପୂ ୨୩୭ରେ ମହାରାଜା ଅଶୋକ ଶାରଦା ପୀଠର ପୁନଃନିର୍ମାଣ କରିଥିଲେ। ୧୯୪୭ ପୂର୍ବରୁ ତୀର୍ଥଯାତ୍ରୀ ମାନେ ତୀର୍ଥ ଭ୍ରମଣରେ ଯିବାବେଳେ ଏହି ମନ୍ଦିର ଦର୍ଶନ କରିକି ତୀର୍ଥଯାତ୍ରା କରିଥାନ୍ତି । ଏହି ସ୍ଥାନ ଆଗରୁ ଶିକ୍ଷାର ପ୍ରମୁଖ କେନ୍ଦ୍ର ଥିଲା। ଅନେକ ବର୍ଷ ପୂର୍ବରୁ ବୈଶାଖୀ ସମୟରେ କାଶ୍ମୀରର ପଣ୍ଡିତଙ୍କ ସହ ଭାରତର ଅନେକ ଲୋକ ତୀର୍ଥ ଭ୍ରମଣ କରିବା ପାଇଁ ଶାରଦା ପୀଠ ଆସୁଥିଲେ।
ପ୍ରାୟ ୫ ହଜାର ବର୍ଷର ପୁରୁଣା ଏହି ମନ୍ଦିରକୁ ସମ୍ରାଟ୍ ଅଶୋକ ଖ୍ରୀଷ୍ଟପୂର୍ବ ୨୩୭ରେ ନିର୍ମାଣ କରିଥିବା କୁହାଯାଏ । ଶ୍ରୀନଗରରୁ ୧୩୦ କିଲୋମିଟର ଦୂରରେ ଥିବା ଶାରଦା ଦେବୀ ପୀଠ ଭାରତର ୧୮ଟି ଦେବୀ ମହାଶକ୍ତି ପୀଠ ମଧ୍ୟରୁ ଅନ୍ୟତମ । ଏହା ଶ୍ରୀବିଦ୍ୟା ସାଧନାର ସବୁଠାରୁ ବଡ଼ କେନ୍ଦ୍ର ବୋଲି କୁହାଯାଏ । ସତୀ ଦେବୀଙ୍କର ଡାହାଣ ହାତ ଏହି ସ୍ଥାନରେ ପଡିଥିଲା ବୋଲି ହିନ୍ଦୁଧର୍ମର ବିଶ୍ୱାସ ରହିଛି । ଋଷି କଶ୍ୟପଙ୍କ ନାମ ଅନୁସାରେ ଏହି ମନ୍ଦିରକୁ କକଶ୍ୟପପୁର କୁହାଯାଏ।
ଶାରଦା ପୀଠ ହେଉଛି ହିନ୍ଦୁମାନଙ୍କର ଏକ ପ୍ରସିଦ୍ଧ ଆରାଧନା ସ୍ଥଳୀ । ଯେଉଁଠି ବିଜେ ହୋଛନ୍ତି ମା ଶାରଦା ବା ବିଦ୍ୟାଦାତ୍ରୀ ସରସ୍ୱତୀ । ୧୯୪୭ରେ ଭାରତ ଠାରୁ ପାକିସ୍ତାନ ଅଲଗା ହେବା ପରେ ଏହି ମନ୍ଦିରକୁ ଆଉ ହିନ୍ଦୁମାନେ ଯାଇ ପାରିଲେ ନାହିଁ । ୨୦୨୧ ଡିସେମ୍ବରରୁ ହିନ୍ଦୁ ମାନଙ୍କର ପବିତ୍ର ସ୍ଥଳୀ କାଶ୍ମୀରର ପଣ୍ଡିତ ଶାରଦା ପୀଠର ପୁନଃନିର୍ମାଣ ଆରମ୍ଭ କରିଛନ୍ତି।
Comments are closed.