ଲକ୍ଷ୍ନୌ: ପଡୋଶୀ ଘର ଛେପ ପକାଇବା ହେଲା କାଳ। ପ୍ରତିଶୋଧ ପରାୟଣ ହୋଇ ପଥରରେ ଛେଚି ପଡୋଶୀ ଘରର ୧୧ ଟି ପାରାକୁ ପଥରରେ ଛେଚି ହତ୍ୟା କଲେ ଯୁବକ।
ଖବର ଅନୁଯାୟୀ, ଉତ୍ତରପ୍ରଦେଶର ରାହୁଲ ସିଂ ତାଙ୍କ ପଡ଼ୋଶୀ ଧରମପାଲ ସିଂଙ୍କ ଘରର ଛାତ ଉପରେ ଚଢି ସେଠାରେ ପଞ୍ଜୁରୀରେ ରଖାଯାଇଥିବା ୧୧ ଟି କପୋତକୁ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି ।
ପରେ ଧରମପାଲ ସିଂ ମୃତ କପୋତ ମାନଙ୍କର ଏକ ଭିଡିଓ ପ୍ରସ୍ତୁତ କରି ରାହୁଲ ସିଂଙ୍କ ବିରୋଧରେ ଥାନାରେ ଏକ ମାମଲା ଦାୟର କରିଛନ୍ତି ।
ଗଣମାଧ୍ୟମକୁ ସୂଚନା ଦେଇ ଧରମପାଲ ସିଂ କହିଛନ୍ତି ଯେ, ରାହୁଲ ତାଙ୍କ ଘର ସାମ୍ନାରେ ସବୁଦିନ ଛେପ ପକାନ୍ତି ଏବଂ ମହାମାରୀରେ ଛେପ ପକାଇବା ନିଷେଧ ଥିବାରୁ ସେ ତାଙ୍କ ଏପରି ନକରିବାକୁ କହିଥିଲେ।
ଏହାକୁ ଅପମାନ ଭାବି ‘ଅପମାନ’ର ପ୍ରତିଶୋଧ ନେବାକୁ ରାହୁଲ ସୋମବାର ଧରମପାଲଙ୍କ କପୋତକୁ ହତ୍ୟା କରିଥିବା ସେ ଅଭିଯୋଗ କରିଛନ୍ତି।
ବନ ବିଭାଗ ଅଧିକାରୀ ଓମପାଲ ସିଂ ଦେଇଥିବା ସୂଚନା ଅନୁସାରେ, “ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ ଆମେ ଏଫ୍ଆଇଆର୍ ଦାଖଲ କରିଛୁ। ଏନେଇ ଶୀଘ୍ର ଯୁବକଙ୍କୁ ଗିରଫ କରାଯିବ”।
Comments are closed.