Latest Odisha News

ଫିଲ୍ମ ‘ଲାଗେ ପ୍ରେମ ନଜର’ର ଅଡିଓ ରିଲିଜ, ମୁକ୍ତିଲାଭ ଅପେକ୍ଷାରେ

ଭୁବନେଶ୍ୱର : ବହୁ ପ୍ରତିକ୍ଷୀତ ଓଡିଆ ଚଳଚ୍ଚିତ୍ର ‘ଲାଗେ ପ୍ରେମ ନଜର’ର ମ୍ୟୁଜିକ ରିଲିଜ ହୋଇଯାଇଛି । ଭୁବନେଶ୍ୱରର ଏକ ତାରକା ହୋଟେଲରେ ଏହି ଫିଲ୍ମର ସଙ୍ଗୀତ ରିଲିଜ ହୋଇଛି । ଓଲିଉଡର ଜଣାଶୁଣା ଅଭିନେତା ଓ ଅଭିନେତ୍ରୀ ମାନେ ଏହି ସଙ୍ଗୀତ ଲୋକାର୍ପଣ ଉତ୍ସବରେ ଦେଖିବାକୁ ମିଳିଥିଲା ।  ସଙ୍ଗୀତ ରିଲିଜ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଚ୍ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ ଓ ସଂସ୍କୃତି ସଚିବ ରଂଜନ କୁମାର ଦାସ ଯୋଗଦେଇଥିଲେ ।

ଅତିଥିମାନଙ୍କ ସହିତ ଉକ୍ତ ଚଳଚ୍ଚିତ୍ର ପ୍ରଯୋଜକ ବ୍ୟୋମକେଶ ଓ ନିର୍ଦ୍ଦେଶକ ଦୀଲ୍ଲିପ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ । ଏହି ଅଡିଓ ରଲିଜ ଉତ୍ସବରେ ଗୀତିକାର ନିର୍ମଳ ନାୟକ, ରଂଜନ ଦାସ ,ଅରୁଣ ମନ୍ତ୍ରୀ, ଏବଂ ସଙ୍ଗୀତ ନିର୍ଦ୍ଦେଶକ ବୈଦନାଥ ଦାସ ଉପସ୍ଥିତ ଥିଲେ । ଏହି ଫିଲ୍ମରେ କଣ୍ଟଦାନ କରିଥିବା କଣ୍ଟଶିଳ୍ପୀ ହ୍ୟୁମାନ ସାଗର, କୁଳଦୀପ , ଗୌରବ, ଅସମୀ ପଣ୍ଡା , ଅର୍ପିତା ଚୌଧୁରୀ, ଦୀପ୍ତିରେଖା ପାଢୀ ଓ ଅନନ୍ୟା ଓ ଶ୍ରୀତମ ନନ୍ଦ ପ୍ରମୁଖ ଯୋଗଦେଇଥିଲେ ।

ଏହି ଫିଲ୍ମର କାହାଣୀ ଖଗେଶ୍ୱର ସେଜପଡା ରଚନା କରିଥିବା ବେଳେ ଚିତ୍ରନାଟ୍ୟ ପ୍ରସ୍ତୁତି ସହ ସଂଳାପ ଲେଖିଛନ୍ତି ଚିନ୍ମୟ ଦାସ ପଟ୍ଟନାୟକ । ଆଉ କିଛି ଦିନ ମଧ୍ୟରେ ପ୍ରକ୍ଷାଳୟରେ ମୁକ୍ତିଲାଭ କରିବ ଲାଗେ ପ୍ରେମ ନଜର ଫିଲ୍ମ । ଏନେଇ ଫିଲ୍ମର କ୍ରିଏଟିଭ୍ ହେଡ ସୂଚନା ଦେଇଛନ୍ତିା ଏହି ଫିଲ୍ମରେ ଦର୍ଶକ ନାୟକ ଅମ୍ଲାନଙ୍କ ସହ ନାୟିକା ପ୍ରିୟା , ରିୟା ଓ ରାଗିଣୀଙ୍କୁ ଦେଖିବାକୁ ମିଳିବ । ସେପଟେ ଏହି ସିନେମାରେ ସମେତ, ପପି ସନ୍ତୁକା, ବିବି ମିଶ୍ର, ଅମର ପ୍ରମୁଖଙ୍କୁ ଦେଖିବାକୁ ପାଇବେ।

Leave A Reply

Your email address will not be published.