Latest Odisha News

BREAKING NEWS

ରାଜଧାନୀବାସୀଙ୍କ ପାଇଁ ଖୁସି ଖବର, କମୁଛି ସଂକ୍ରମଣ

ଭୁବନେଶ୍ୱର: ରାଜଧାନୀବାସୀଙ୍କ ପାଇଁ ଖୁସି ଖବର । ରାଜଧାନୀରେ କମିଲା କରୋନା ସଂକ୍ରମଣ । ଆଜି ସଂକ୍ରମଣ ସଂଖ୍ୟ ତଳକୁ ଖସିଥିବା ଦେଖିବାକୁ ମିଳିଛି । ଆଜି ଗତ ୨୪ ଘଣ୍ଟା ମଧ୍ୟରେ ୩୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୫୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୩୨ ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୦୯ ଜଣ ରହିଛନ୍ତି। ଏଯାବତ ରାଜଧାନୀରୁ ୧୫୩୯୯୨ ଜଣ ଚିହ୍ନଟ ହୋଇଥିବା ବେଳେ ୧୪୦୮୬୪ ଜଣ କରୋନାରେ ସଂକ୍ରମିତ ସୁସ୍ଥ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ସୂଚନା ଦେଇଛି। ଏବେ ବି ଭୁବନେଶ୍ବରରେ ୧୧୯୭୭ ଜଣ ସକ୍ରିୟ କରୋନା ଆକ୍ରାନ୍ତ ଥିବା ବେଳେ ୧୧୩୦ ଜଣଙ୍କର ମୃତ୍ୟୁ ହୋଇଛି।

 

Comments are closed.