Latest Odisha News

BREAKING NEWS

ପହିଲାରୁ ଏହି ସବୁ ମୋବାଇଲ୍ ନମ୍ବରରେ କାମ କରିବା ବନ୍ଦ କରିଦେବ ୟୁପିଆଇ….

ନୂଆଦିଲ୍ଲୀ: ପହିଲାରୁ ଏହି ସବୁ ମୋବାଇଲ ନମ୍ବରରେ ଆଉ ଚାଲିବନି ୟୁପିଆଇ । ଭାରତୀୟ ଜାତୀୟ ପେମେଣ୍ଟ ନିଗମ, ଏନପିସିଆଇ ଆସନ୍ତା ଏପ୍ରିଲ ୧ରୁ କିଛି ନିର୍ଦ୍ଦିଷ୍ଟ ମୋବାଇଲ୍ ନମ୍ବର ସହିତ ଲିଙ୍କ୍ ହୋଇଥିବା UPI ID ଗୁଡ଼ିକୁ ଡିଲିଙ୍କ୍ କରିବା ଆରମ୍ଭ କରିବ । ଯାହା Google Pay, PhonePe, Paytm ଏବଂ ଅନ୍ୟାନ୍ୟ UPI ଆପ୍ ବ୍ୟବହାର କରୁଥିବା ଊପଭୋକ୍ତାମାନଙ୍କ ଉପରେ ବଡ ପ୍ରଭାବ ପକାଇବ । ଅର୍ଥାତ୍ ଯଦି ଆପଣଙ୍କର ପଞ୍ଜିକୃତ ମୋବାଇଲ୍ ନମ୍ବରଗୁଡ଼ିକ ନିଷ୍କ୍ରିୟ ଥାଏ, ତାହେଲେ ଏଥିରୁ ଆପେ ଆପେ ଅନଲାଇନ ପେମେଣ୍ଟ ବ୍ୟବସ୍ଥା କଟିଯିବ ।

କେଉଁ କେଉଁ ନମ୍ବର ଗୁଡିକ କଟିବ?

ଯଦି ଆପଣଙ୍କର ଫୋନ୍ ନମ୍ବର ବହୁ ସମୟ ପାଇଁ ନିଷ୍କ୍ରିୟ ରହିଥାଏ, ତେବେ ବ୍ୟାଙ୍କଗୁଡ଼ିକ ସେମାନଙ୍କ ରେକର୍ଡରୁ ଏହି ନମ୍ବରକୁ ହିଁ ମୂଳରୁ ହଟାଇଦେବ । ଏଥିସହିତ ଉକ୍ତ ଆକାଉଣ୍ଟ ପାଇଁ UPI ସେବାଗୁଡ଼ିକୁ ମଧ୍ୟ ସ୍ଥଗିତ କରାଯିବ । ବ୍ୟାଙ୍କିଂ ସିଷ୍ଟମରେ ଯାନ୍ତ୍ରିକ ତ୍ରୁଟିକୁ ଏଡାଇବା ଏବଂ ଠକେଇର ବିପଦକୁ କମ କରିବା ପାଇଁ ବ୍ୟାଙ୍କଗୁଡ଼ିକ ଏହି ପଦକ୍ଷେପ ନେଉଥିବା ନେଇ ସୂଚିତ କରିଛି ଏନପିସିଆଇ ।

କାହା ଉପରେ ପଡ଼ିପାରେ ପ୍ରଭାବ?

ଯେଉଁ ଗ୍ରାହକମାନେ ସେମାନଙ୍କର ମୋବାଇଲ୍ ନମ୍ବରଗୁଡ଼ିକୁ ଅପଡେଟ୍ କରିଛନ୍ତି କିନ୍ତୁ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟଗୁଡ଼ିକୁ ଉକ୍ତ ମୋବାଇଲ ନମ୍ବର ସହ ଅପଡେଟ୍ କରିନାହାନ୍ତି, କିମ୍ବା ଯେଉଁ ଗ୍ରାହକମାନେ UPI ସେବାଗୁଡ଼ିକୁ ବ୍ୟବହାର କରୁଛନ୍ତି, ହେଲେ ସେମାନେ ନିଷ୍କ୍ରିୟ କିମ୍ବା ପୁନଃ ଆବଣ୍ଟିତ ମୋବାଇଲ୍ ନମ୍ବର ବା ପୁରୁଣା ସିମ୍ ବ୍ୟବହାର କରୁଛନ୍ତି, ସେମାନଙ୍କର ନମ୍ବରରେ UPI ସେବାକୁ ରଦ୍ଦ କରାଯିବ । ଏଥିସହିତ ଯେଉଁ ଗ୍ରାହକମାନେ ସେମାନଙ୍କର ବ୍ୟାଙ୍କ ସୂଚନା ଅପଡେଟ୍ ନକରି , ପୂର୍ବ ବ୍ୟବହୃତ ସିମ୍ କାର୍ଡଗୁଡ଼ିକୁ ପରିତ୍ୟାଗ କରିଛନ୍ତି କିମ୍ବା ତାକୁ ଏବେ ଆଉ ବ୍ୟବହାର କରୁନାହାନ୍ତି, କି ସେମାନଙ୍କର ସିମ୍ ହଜିଯାଇଛି, ହେଲେ ଏବେ ବି ସେ ନମ୍ବର ବ୍ୟାଙ୍କ ସହ ଜଡିତ, ତାହା ରଦ୍ଦ ହେବ  ।

ଏଥିରୁ ବଞ୍ଚିବେ କେମିତି?

UPI ସେବାର ଅଗମ୍ୟତାକୁ ଏଡାଇବା ପାଇଁ ବ୍ୟାଙ୍କ ସହିତ ଆପଣଙ୍କର ପଞ୍ଜିକୃତ ମୋବାଇଲ୍ ନମ୍ବର କାର୍ଯ୍ୟକ୍ଷମ ଅଛି କି ନାହିଁ ନିଶ୍ଚିତ କରନ୍ତୁ । ଯଦି ନାହିଁ ତାହେଲେ, କାର୍ଯ୍ୟକ୍ଷମ କରାନ୍ତୁ କିମ୍ବା ଏପ୍ରିଲ ୧ ସୁଦ୍ଧା ଆପଣଙ୍କର ନୂଆ ନମ୍ବର ସହିତ ଆପଣଙ୍କର ବ୍ୟାଙ୍କ ରେକର୍ଡଗୁଡ଼ିକୁ ଅପଡେଟ୍ କରନ୍ତୁ । ପୂର୍ବ ନମ୍ବରଗୁଡ଼ିକ ଅଧୀନରେ ନିଷ୍କ୍ରିୟ କିମ୍ବା ଅବ୍ୟବହୃତ ଆକାଉଣ୍ଟଗୁଡ଼ିକୁ ଖୋଜନ୍ତୁ ଏବଂ ସେଗୁଡ଼ିକୁ ସକ୍ରିୟ କରନ୍ତୁ ।

ଏହି ନିୟମ କାହିଁକି ପ୍ରଚଳନ କରାଯାଉଛି?

ତେବେ ବର୍ତ୍ତମାନ ବ୍ୟାଙ୍କିଂ ଏବଂ UPI ସିଷ୍ଟମରେ ନିଷ୍କ୍ରିୟ ନମ୍ବରଗୁଡ଼ିକ ଦ୍ୱାରା ସାଇବର ଠକେଇ ଏବଂ ବୈଷୟିକ ସମସ୍ୟାର ବୃଦ୍ଧି ପରିଲକ୍ଷିତ ହୋଇଥିବା ବେଳେ ଏଭଳି ପଦକ୍ଷେପ ନେିଛି ଏନପିସିଆଇ । କାରଣ ବେଳେ ବେଳେ ଟେଲିକମ୍ କମ୍ପାନୀଗୁଡ଼ିକ ନୂଆ ଗ୍ରାହକଙ୍କୁ ପୁରୁଣା ନମ୍ବରଗୁଡ଼ିକୁ ପୁନଃ ଆବଣ୍ଟନ କରନ୍ତି, ଯାହା ପ୍ରାଇଭେସି ସୁରକ୍ଷା ଉପରେ ବିପଦ ସୃଷ୍ଟି କରେ ଏବଂ ବ୍ୟାଙ୍କିଂ ସୁବିଧାଗୁଡ଼ିକରେ ଅନଧିକୃତ ପ୍ରବେଶ କରାଇପାରେ । ତେଣୁ ବ୍ୟାଙ୍କ ଏବଂ UPI ପ୍ଲାଟଫର୍ମଗୁଡ଼ିକୁ ନିଷ୍କ୍ରିୟ ନମ୍ବରଗୁଡ଼ିକୁ ସନ୍ତୁଳିତ ରଖିବା ପାଇଁ ସପ୍ତାହିକ ଆଧାରରେ ସେମାନଙ୍କର ରେକର୍ଡଗୁଡ଼ିକୁ ଅପଡେଟ୍ କରିବାକୁ ନିର୍ଦ୍ଦେଶ ଦେଇଛି ଏନପିସିଆଇ  ।

Leave A Reply

Your email address will not be published.