Latest Odisha News

‘କୁକୁର’ ବୟାନ ପାଇଁ କ୍ଷମା ମାଗିଲେନି ଖଡଗେ, ତାତିଲା ବିଜେପି

ନୂଆଦିଲ୍ଲୀ: ଆଜି ସଂସଦରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ବୟାନକୁ ନେଇ ଜୋରଦାର ହଙ୍ଗାମା ହୋଇଛି । କେନ୍ଦ୍ରୀୟ ମନ୍ତ୍ରୀ ପୀୟୁଷ ଗୋୟଲ ଖରଗେଙ୍କ ଭାଷାକୁ ଅଭଦ୍ର ବୋଲି କହିଛନ୍ତି  ।ଏପରି ବୟାନ ପାଇଁ କଂଗ୍ରେସ ଅଧ୍ୟକ୍ଷ କ୍ଷମା ମାଗନ୍ତୁ ବୋଲି  ଦାବି କରିଛି ବିଜେପି । ଅନ୍ୟପକ୍ଷେ କ୍ଷମା ମାଗିବା ପାଇଁ ଖଡଗେ ସିଧା ସିଧା ମନା କରି ଦେଇଛନ୍ତି ।  ଦେଇଥିବା ବୟାନ ଫେରାଇବେ ନାହିଁ ବୋଲି କହଛନ୍ତି ଖଡଗେ ।   ଖଡଗେ ସ୍ୱାଧୀନତା ଆନ୍ଦୋଳନରେ ବିଜେପିର ଭୂମିକା ଉପରେ ଏକ ବିବାଦୀୟ ବୟାନ ଦେଇଥିଲେ । ସେ  ଯାହା କହିଛନ୍ତି ତାହା ସଂସଦ ବାହାରେ କହିଛନ୍ତି, ତେଣୁ କ୍ଷମା ମାଗିବେ ନାହିଁ ବୋଲି କହିଛନ୍ତି ଖଡଗେ ।  ଏହ ପରେ ଶାସକ ବିଜେପି ଗୃହରେ ଜୋରଦାର ହଙ୍ଗାମା କରିଛନ୍ତି । ଏଥିପାଇଁ ଗୃହକାର୍ଯ୍ୟ ୧୧ଟା ୩୦ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା ।

ସୋମବାର ରାଜସ୍ଥାନର ଅଲୱାରଠାରେ ଏକ ଜନସଭାରେ କଂଗ୍ରେସ ନେତା ଖଡଗେ କହିଥିଲେ, ଆମେ ଦେଶକୁ ସ୍ୱାଧୀନତା ଦେଇଥିଲୁ । ଦେଶର ଏକତା ପାଇଁ ଇନ୍ଦିରା ଗାନ୍ଧି, ରାଜୀବ ଗାନ୍ଧି ନିଜ ଜୀବନ ଦେଇଥିଲେ । ଅନ୍ୟପକ୍ଷେ ବିଜେପିକୁ ଟାର୍ଗେଟ କରି କହିଥିଲେ, ଆମ ଦଳର ନେତା ଜୀବନ ଦେଲେ, ତୁମେ କ’ଣ କରିଛ ? ଦେଶ ପାଇଁ ଆପଣଙ୍କର ଘରର କୁକୁର ବି ମରିଛି କି ବୋଲି ପ୍ରଶ୍ନ କରିଥିଲେ ଖଡଗେ । କେହି ଜଣେ ଜୀବନ ବଳିଦାନ ଦେଇଛ ? ସେ ଆହୁରି କହିଥିଲେ, ବିଜେପି ନିଜକୁ ବହୁତ ବଡ ଦେଶଭକ୍ତ ବୋଲି କହୁଛି । ଆମେ ଯାହା ବି କିଛି କହୁଛୁ ଦେଶଦ୍ରୋହୀ ଆଖ୍ୟା ଦିଆଯାଉଛି  ବୋଲି କହି ବିଜେପି ଉପରେ ଜୋରଦାର ବର୍ଷିଥିଲେ ଖଡଗେ । ଖଡଗେଙ୍କର ଏହି ବୟାନକୁ ନେଇ ସଂସଦର ଉଭୟ ସଦନରେ ଜୋରଦାର ପାଟିତୁଣ୍ଡ ହୋଇଥିଲା । ଗୋଟିଏ ପଟେ ବିଜେପି ଖଡଗେଙ୍କ ଏହି ବୟାନକୁ ନେଇ ବିରୋଧୀଙ୍କ ପରେ ବର୍ଷୁଥିବାବେଳେ ଚୀନ ପ୍ରସଙ୍ଗକୁ ନେଇ କଂଗ୍ରେସ ସରକାରଙ୍କୁ ଘେରିବା ପାଇଁ ଉଦ୍ୟମ କରୁଛି  ।

କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, କଂଗ୍ରେସ ଅଧ୍ୟକ୍ଷ ଅଲବରରେ ଯେଉଁପରି ଭାଷା ପ୍ରୟୋଗ କଲେ ତାହାର ଆମେ ଘୋର ନିନ୍ଦା କରୁଛୁ । ଏହା ଅରିଜିନାଲ କଂଗ୍ରେସର ସ୍ୱର ନୁହେଁ । ସେ ଭୁଲ କହୁଛନ୍ତି ଯେ, ସ୍ୱାଧୀନତା ଲଢେଇରେ କେବଳ କଂଗ୍ରେସ ଥିଲା । ବରଂ ସ୍ୱାଧୀନତା ପ୍ରାପ୍ତି ପରେ ମହାତ୍ମାଗାନ୍ଧି ନିଜେ କହିଥିଲେ, କଂଗ୍ରେସକୁ ଶେଷ କରିଦେବା ଉଚିତ । ସେ ଆହୁରି କହିଥିଲେ, ଏକଥା ସମସ୍ତେ ଜାଣନ୍ତି, କଂଗ୍ରେସ ସୁଭାଷ ଚନ୍ଦ୍ର ବୋଷ ଏବଂ ତିଲକଙ୍କୁ କେମିତି ବ୍ୟବହାର ଦେଖାଉଥିଲା  ।

ଅନ୍ୟପକ୍ଷେ  ବିଜେପି ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରାକୁ ତାଚ୍ଛଲ୍ୟ କରିବାରେ ଲାଗିଛି। ଭାରତ ଯୋଡ଼ୋ ନୁହେଁ ବରଂ ଭାରତ ତୋଡ଼ୋ ଯାତ୍ରା ରାହୁଲ ଗାନ୍ଧି କରୁଛନ୍ତି ବୋଲି ବିଜେପି କହୁଛି। ହାର ଜବାବ ଦେବାକୁ ଯାଇ ଖାଡଗେ ସୋମବାର କୁକୁର ଶବ୍ଦ ବ୍ୟବହାର କରିଥିଲେ।

Comments are closed.