Latest Odisha News

ଏମାନେ ଭାରତର ପ୍ରତିଷ୍ଠିତ କଳାକାର କିନ୍ତୁ ଦେଇ ପାରିବେନି ଭୋଟ

ମୁମ୍ବାଇ:ବଲିଉଡର ଏପରି କେତେକ କଳାକାର ଅଛନ୍ତି ଯେଉଁମାନେ ଆମର ମନୋରଞ୍ଜନ ପାଇଁ ସମସ୍ତ ଉଦ୍ୟମ କରିଥାନ୍ତି । କିନ୍ତୁ ଆପଣମାନଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ,  କେତେକ କଳାକାର ଅଛନ୍ତି ଯେଉଁମାନେ ଭାରତରେ ରହୁଛନ୍ତି ଅଥଚ ଭୋଟ ଦେଇପାରିବେ ନାହିଁ । ଆସନ୍ତୁ ଜାଣିବା ସେମାନଙ୍କ ସମ୍ପର୍କରେ…
ଦୀପିକା ପାଦୁକୋନ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଡେନମାର୍କରେ ଜନ୍ମ ହୋଇଥିଲା । ନିୟମ ଅନୁସାରେ ସେଠାକାର ନାଗରିକତ୍ୱ ମଧ୍ୟ ତାଙ୍କୁ ମିଳିଛି । ଦୀପିକାଙ୍କୁ ଭାରତରେ ଭୋଟ ଦେବାର ଅଧିକାର ଏ ପର୍ଯ୍ୟନ୍ତ ମିଳି ନାହିଁ ।
ଅକ୍ଷୟ କୁମାର: ଖିଲାଡି କୁମାର ଭାବେ ପରିଚିତ ଅକ୍ଷୟ କୁମାରଙ୍କ ମଧ୍ୟ ଏହି ଅଧିକାର ନାହିଁ । ଭାରତର ଏହି ସୁପରଷ୍ଟାରଙ୍କ ପାଖରେ କାନାଡାର ନାଗରିକତ୍ୱ ରହିଛି । ସେଥିପାଇଁ ଅନେକ ସମୟରେ ସେ ରାଜନୈତିକ ଆକ୍ରୋଶର ଶୀକାର ମଧ୍ୟ ହୋଇଥାନ୍ତି ।

BjdElectrycity

ଆଲିୟା ଭଟ୍ଟ: ମହେଶ ଭଟ୍ଟଙ୍କ ଝିଅ ଆଲିୟା ଭଟ୍ଟଙ୍କୁ କିଏ ବା ନ ଜାଣେ । ଏହି ଚୁଲବୁଲି ଅଭିନେତ୍ରୀଙ୍କ ପାଖରେ ବ୍ରିଟେନର ନାଗରିକତା ରହିଛି । ତାଙ୍କ ମାଆ ସୋନୀ ରାଜଦାନ ବ୍ରିଟେନର ନାଗରିକ ଅଟନ୍ତି । ସେଥିପାଇଁ ଜନ୍ମ ପରେ ଆଲିୟା ମଧ୍ୟ ଭାରତର ନାଗରିକ ହୋଇ ପାରି ନାହାନ୍ତି ।
ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଜନ୍ମ ବାହାରିନରେ ହୋଇଥିଲା । ତେବେ ତାଙ୍କ ପାଖରେ ଶ୍ରୀଲଙ୍କାର ନାଗରିକତ୍ୱ ରହିଛି । ସେ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରି ଜଡିତ ହୋଇଥିଲେ ମଧ୍ୟ ଏଠାକାର ନାଗରିକ ସେ ହୋଇ ପାରି ନାହାନ୍ତି ।
କ୍ୟାଟ୍ରିନା କୈଫ: କ୍ୟାଟ୍ରିନ କୈଫଙ୍କ ଜନ୍ମ ହଂକଂରେ ହୋଇଥିଲା । ତାଙ୍କ ବାପା କଶ୍ମୀରର ହୋଇଥିଲେ ମଧ୍ୟ କ୍ୟାଟ୍ରିନାଙ୍କୁ ଭାରତୀୟ ନାଗରିକତା ମିଳି ନାହିଁ । ତାଙ୍କ ପାସପୋର୍ଟରେ ମଧ୍ୟ ଭାରତ ବଦଳରେ ସିଟିଜନଶିପ ବ୍ରିଟେନ ରହିଛି । ସେ ଏବେ ବି ବ୍ରିଟେନ ନାଗରିକ ଅଟନ୍ତି ।

Leave A Reply

Your email address will not be published.