Latest Odisha News

BREAKING NEWS

ବ୍ରେଷ୍ଟ ମିଲ୍କରୁ ପ୍ରସ୍ତୁତ ହେବ କଫି : ବିଜ୍ଞାପନ ଦେଖି ଲୋକେ ହେଲେ କ୍ରୋଧିତ

ରୁଷିଆ: ନବଜାତ ଶିଶୁମାନଙ୍କ ପାଇଁ ସ୍ତନ୍ୟପାନ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ମା-ଶିଶୁଙ୍କ ପାଇଁ ସରକାର ମଧ୍ୟ ବିଜ୍ଞାପନ ଦେଇଥାନ୍ତିି । ଜନ୍ମ ପରେ ୬ ମାସ ପର୍ଯ୍ୟନ୍ତ ଶିଶୁକୁ କେବଳ ମା’ର କ୍ଷୀର ଖାଇବାକୁ ଦେବାକୁ ଲୋକଙ୍କୁ ସଚେତନ କରାଯାଇଥାଏ । କିନ୍ତୁ ରୁଷିଆର ଏକ କାଫେ ବ୍ରେଷ୍ଟ ମିଲ୍କରୁ କଫି ପ୍ରସ୍ତୁତ କରିବାକୁ ଯୋଜନା କରୁଛି । ଏଥିଲାଗି ଏକ ବିଜ୍ଞାପନ ଦିଆଯାଇଥିବାରୁ ଲୋକେ ଦେଖି ଅସନ୍ତୋଷ ପ୍ରକାଶ କରିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ସମାଲୋଚନାର ବିଷୟ ପାଲଟିଛି ।

ରୁଷର ପରମ ସହରରେ ରହିଛି କଫି ସ୍ମାଇଲ ନାମକ ଏକ କାଫେ । ଏହି କାଫେ ଆଜିକାଲି ଖୁବ୍ ଚର୍ଚ୍ଚିତ । କାରଣ କଫି ସ୍ମାଇଲ୍ ଖୁବ୍ ଶୀଘ୍ର ମହିଳାଙ୍କ ବ୍ରେଷ୍ଟ ମିଲ୍କରୁ ପ୍ରସ୍ତୁତ କଫି ପରିବେଷଣ ଆରମ୍ଭ କରିବ । ଏହାର ଏକ ବିଜ୍ଞାପନ ସହରର ବିଭିନ୍ନ ସ୍ଥାନରେ ଲଗାଯାଇଛି, ଯାହାକୁ ଦେଖି ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ କରିବା ସହ ଏହାର ଫଟୋକୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।

କଫି ସ୍ମାଇଲର ମାଲିକ ମ୍ୟାକ୍ସିମ କୋବିଲିଭ ଏକ ଭିଡ଼ିଓରେ କହିଛନ୍ତି ଯେ, ତାଙ୍କ କାଫେରେ କଫିରେ ମହିଳାଙ୍କ ବ୍ରେଷ୍ଟ ମିଲ୍କ ମିଶାଯିବ । ଏହି ମିଲ୍କକୁ ଫାର୍ମାସି ଗ୍ରେଡ୍ ବ୍ୟାଗରେ ଗଚ୍ଛିତ କରି ରଖାଯିବ । ଗ୍ରାହକଙ୍କ ସୁରକ୍ଷା ପାଇଁ ଏହାକୁ ମିଶ୍ରଣ କରିବା ପୂର୍ବରୁ ପରୀକ୍ଷା କରାଯିବ । ଆରମ୍ଭରେ ୪୦-୪୫ ଡୋଜ ବ୍ରେଷ୍ଟ ମିଲ୍କ ମିଶାଇ ଏକ ପାନୀୟ ପ୍ରସ୍ତୁତ କରାଯିବ । ପରେ ବୃଦ୍ଧି କରାଯିବ । ଏହି କଫିର ମୂଲ୍ୟ ୬୫୦ ଟଙ୍କା ରଖାଯାଇଛି । ସେ ପ୍ରକାଶ କରିଥିବା ଭିଡିଓରେ ଜଣେ ମହିଳା କହିଛନ୍ତି ଯେ, ସେ ଜଣେ ହେୟାର ଡ଼ିଜାଇନର ଏବଂ ଜଣେ ମା । ସନ୍ତାନ ଜନ୍ମ ପରେ ସେ ଅଧିକ କାମ କରିବାକୁ ସକ୍ଷମ ହୋଇ ନ ଥିଲେ । ତା’ପରେ ସେମାନେ ସ୍ତନ୍ୟପାନରୁ ଅତିରିକ୍ତ ଟଙ୍କା ରୋଜଗାର କରିବାକୁ ଚିନ୍ତା କଲେ । ସେ ତାଙ୍କ ସ୍ୱାମୀଙ୍କ ପାଇଁ ମଧ୍ୟ ତାଙ୍କ ବ୍ରେଷ୍ଟ ମିଲ୍କରୁ କଫି ପ୍ରସ୍ତୁତ କରନ୍ତି ।

ଏହି ବିଜ୍ଞାପନକୁ ଦେଖି ଲୋକେ ବିଦ୍ରୋହ କରିବା ସହ ଦେଶର ଖାଦ୍ୟ ସୁରକ୍ଷା ପ୍ରାଧିକରଣକୁ ଏଥିରେ ହସ୍ତକ୍ଷେପ କରିବାକୁ କହିଛନ୍ତି । ଉତ୍ତେଜନାକୁ ଦେଖି ମ୍ୟାକ୍ସିମ୍ ସଫେଇ ଦେଇଛନ୍ତି ଯେ, ସେ ଏପରି କୌଣସି ଉତ୍ପାଦ ତିଆରି କରୁନାହାଁନ୍ତି । ଏହି ବିଜ୍ଞାପନ କେବଳ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଦିଆଯାଇଛି ।

Leave A Reply

Your email address will not be published.