Latest Odisha News

BREAKING NEWS

ଏଣିକି ଆଧାର କାର୍ଡ ଦ୍ୱାରା ପ୍ରାର୍ଥୀଙ୍କ ଚିହ୍ନଟ କରିବ ୟୁପିଏସସି

ନୂଆଦିଲ୍ଲୀ: ୟୁପିଏସସି ବର୍ତ୍ତମାନ ଆଧାର କାର୍ଡ ଦ୍ୱାରା ପ୍ରାର୍ଥୀ ଚିହ୍ନଟ କରିବ। ଏହି ସିଷ୍ଟମ୍ UPSC ର ବିଭିନ୍ନ ପରୀକ୍ଷାରେ ପ୍ରଯୁଜ୍ୟ ହେବ । ପ୍ରାରମ୍ଭରେ ଏହି ବ୍ୟବସ୍ଥା ସ୍ୱେଚ୍ଛାକୃତ ହେବ। ଏନେଇ ବୁଧବାର ଦିନ କାର୍ମିକ ବିଭାଗ ଏକ ବିଜ୍ଞପ୍ତି ଜାରି କରିଛି।

ଏଥିରେ କୁହାଯାଇଛି ଯେ, ୟୁପିଏସସିକୁ ଆଧାର ଆଇନ, ଏହାର ନିୟମ ଏବଂ ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ର ସମସ୍ତ ନିର୍ଦ୍ଦେଶ ପାଳନ କରିବାକୁ ପଡିବ।

‘ୱାନ ଟାଇମ୍ ରେଜିଷ୍ଟ୍ରେସନ୍’ ପୋର୍ଟାଲରେ ପଞ୍ଜୀକରଣ ସମୟରେ ସ୍ୱେଚ୍ଛାକୃତ ଭାବେ ଆଧାର ପ୍ରାମାଣିକରଣ ଏବଂ ପରୀକ୍ଷା କିମ୍ବା ନିଯୁକ୍ତି ପରୀକ୍ଷଣର ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥୀଙ୍କ ପରିଚୟ ଯାଞ୍ଚ କରିବାକୁ କାର୍ମିକ ବିଭାଗ ୟୁପିଏସସିକୁ ଅନୁମତି ଦେଇଛି। ବୁଧବାର ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି।

ସିଭିଲ ସର୍ଭିସ ପରୀକ୍ଷା ୨୦୨୨ର ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କ ପ୍ରାର୍ଥୀତ୍ୱ ସହ ଜଡିତ ବିବାଦକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନେଇଛି ୟୁପିଏସସି।

Comments are closed.